ମୋତେ ତୁମେ କେବେ ଭୁଲି ପାରିବ ନାହିଁ, କାହା ଉଦ୍ଦେଶ୍ୟରେ ଏମିତି କହିଥିଲେ ରେଖା

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରେଖା ତାଙ୍କ ଅଭିନୟରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ରେଖା ସୋସିଆଲ ମିଡିଆଠାରୁ ଦୂରରେ ଥାଇପାରନ୍ତି, କିନ୍ତୁ ସେ ପ୍ରାୟତଃ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଭିଡିଓ ଏବଂ ଫଟୋ ମଧ୍ୟ ବହୁତ ଭାଇରାଲ ହୋଇଥାଏ। ରେଖା ୫ ଦଶନ୍ଧି ଧରି ଚଳଚ୍ଚିତ୍ରରେ କାମ କରିଛନ୍ତି। ରେଖାଙ୍କ ରିଲ ଜୀବନ ଯେତିକି ମଜାଳିଆ, ତା’ର ପ୍ରକୃତ ଜୀବନ ମଧ୍ୟ ସେତିକି ରହସ୍ୟମୟ।
ରେଖାଙ୍କ ପ୍ରକୃତ ନାମ ହେଉଛି ଭାନୁରେଖା ଗଣେସନ, କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ ରେଖା ନାମରେ ଜଣାଶୁଣା। ରେଖା ତାଙ୍କ କ୍ୟାରିଅର୍‌ ସମୟରେ ପ୍ରାୟ ୧୮୦ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି। ଅଭିନୟ ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଫିଲ୍ମଫେୟାର ପୁରସ୍କାର ମଧ୍ୟ ଜିତିଛନ୍ତି। ରେଖା ତେଲୁଗୁ ଚଳଚ୍ଚିତ୍ର ଇନ୍ତି ଗୁଟୁ ଜରିଆରେ ଫିଲ୍ମ ଜଗତରେ ଡେବ୍ୟୁ କରିଥିଲେ, କିନ୍ତୁ ସେ ‘ସାୱନ ଭାଦୋ’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ପ୍ରବେଶ କରିଥିଲେ। ରେଖାଙ୍କୁ ସୁପର ନାନି ଏବଂ ଶମିତାଭ ଫିଲ୍ମରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଚଳଚ୍ଚିତ୍ର ସହିତ ସେ ରାଜନୀତିରେ ପାଦ ଥାପିଥିଲେ ଏବଂ ରାଜ୍ୟ ସଭାର ସଦସ୍ୟ ଥିଲେ।
ଏକ ସାକ୍ଷାତକାର ସମୟରେ, ରେଖାଙ୍କଠାରୁ ଦୁଇଟି ଲାଇନ ଗାଇବାକୁ ଅନୁରୋଧ କରାଯାଇଥିଲା। ଏହା ପରେ ସେ ମେହେନ୍ଦି ହାସନଙ୍କ ଗଜଲ ଗାଇ ଶୁଣାଇ ଥିଲେ। ତୁମ୍‌ ମୁଝେ କଭି ଭି ଭୁଲା ନ ସକୋଗେ, ମେରେ ପ୍ୟାର୍‌ କୋ ମିଟା ନ ସକୋଗେ.. ସେ ଏହି ଗଜଲକୁ ଅତି ସୁନ୍ଦର ଭାବରେ ଗାଇଥିଲେ। କୁହାଯାଏ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପାଇଁ ସେ ଏହା କହିଥିଲେ। ଅମିତାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ୮୦ ଦଶକରେ ବେଶ୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା। ରେଖା ୧୯୯୦ ମସିହାରେ ବ୍ୟବସାୟୀ ମୁକେଶ ଅଗ୍ରୱାଲଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ବିବାହ ଅଧିକ ଦିନ ତିଷ୍ଠି ନ ଥିଲା। ବିବାହର ବର୍ଷେ ମଧ୍ୟରେ ତାଙ୍କ ସ୍ବାମୀ ଆତ୍ମହତ୍ୟା କରିଥିଲେ।

Share