ଯୁବ ବିଜେଡି ରାଜ୍ୟ, ଜିଲା କର୍ମକର୍ତ୍ତା ନିଯୁକ୍ତ

ଭୁବନେଶ୍ୱର, ୨୪।୯ (ବ୍ୟୁରୋ):ବିଜୁ ଯୁବ ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତା ଓ ଜିଲା ସଭାପତି ବୁଧବାର ନିଯୁକ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି ଦିଆଯାଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତ ରାୟ ବୁଧବାର ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ବୈକୁଣ୍ଠ ନାଏକଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସେକ୍ରେଟାରି ଜେନେରାଲ ଭାବେ ଏଲିନା ଦାଶଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ବରିଷ୍ଠ ଉପସଭାପତି ଭାବେ ରାଣା ପ୍ରତାପା ପାତ୍ର, ଧୃତି ରଞ୍ଜନ ପାତ୍ର ଓ ଜ୍ୟୋତ୍ସ୍ନାମୟୀ ପରିଡାଙ୍କୁ ନିଯୁକ୍ତି ଦିଆଯାଇଛି। ଜୋନ୍‌ ସଭାପତି ଭାବେ ଭୁବନେଶ୍ୱର ପାଇଁ ବିଜୟକେତନ ସାହୁ, କଟକ ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମ ନଚିକେତା ସ୍ବାଇଁ, ବଲାଙ୍ଗୀର ମନୀନ୍ଦ୍ର ମହାନ୍ତି, ସମ୍ବଲପୁର ଦେବାଶିଷ ପରିଡା ଏବଂ କୋରାପୁଟ ପାଇଁ ତାପସ ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଯୁବ ବଜେଡି ଉପସଭାପତି ଭାବେ ଛବି ମାହାଳି, ସୋଫିଆ ଆଲାମ, ମାନଭଞ୍ଜନ ବେହେରା, ସୁନୀଲ କୁମାର ମହାନ୍ତି, ସୌମ୍ୟ ଶଙ୍କର ଚକ୍ର, ମଣ୍ଟୁ ନାୟକ, ସୁଜିତ ପ୍ରସାଦ ଦ୍ୱିବେଦୀ, ସୁବାଶିଷ ଖୁଣ୍ଟିଆ, ସୁନୀଲ ପଣ୍ଡା ଏବଂ ଭବାନୀ ଶଙ୍କର ଦାସଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଯୁବ ବିଜେଡି ସାଧାରରଣ ସମ୍ପାଦକ ଭାବେ ୨୮ ଜଣ, ସମ୍ପାଦକ ୩୫, ଯୁଗ୍ମ ସମ୍ପାଦକ ଭାବେ ୨୫, ସାଂଗଠନିକ ଜିଲା ସଭାପତି ଭାବେ ୩୩ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। କଟକ ଜିଲାର କାର୍ଯ୍ୟକାରୀ ସଭାପତି ଭାବେ ସିଦ୍ଧାର୍ଥ ରାୟଙ୍କୁ ନିଯୁକ୍ତ କରାଯାଇଛି।

Share