ପୁଣି ଚର୍ଚ୍ଚାରେ କୁନି କେଜ୍‌ରିଓ୍ବାଲ୍‌

ଚଣ୍ଡିଗଡ,୧୦।୩: ଆମ ଆଦମୀ ପାର୍ଟି ପଞ୍ଜାବରେ ଇତିହାସ ସୃଷ୍ଟି କରିଛି। ଦଳ ୯୨ ଆସନ ସହ ରାଜ୍ୟରେ ସରକାର ଗଢିବାକୁ ଯାଉଛି। ଦଳର ବିୟରେ କର୍ମୀମାନେ ସେଲିବ୍ରେଶସ ଆରମ୍ଭ କରିଦେଇଛନ୍ତି। ଏସବୁ ଭିତରେ ଦିଲ୍ଲୀ ସଡକରେ କୁନି କେଜ୍‌ରିଓ୍ବାଲ ଦେଖିବାକୁ ମିଳିଥିଲା। ପଞ୍ଜାବର ଆଗାମୀ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ସିଂ ମାନଙ୍କ ଭଳି ମୁଣ୍ଡରେ ହଳଦିଆ ପଗଡି ଏବଂ କେଜ୍‌ରିଓ୍ବାଲଙ୍କ ପରି ମେରୁନ ରଙ୍ଗର ସ୍ବେଟର ଆଉ ବେକରେ କଳା ରଙ୍ଗର ମଫଲର ପକାଇ ଗଣମାଧ୍ୟମକୁ ବିଜୟ ଚିହ୍ନ ଦେଖାଇ ଆପ ପାର୍ଟି ଅଫିସ ବାହାରେ ପୋଜ ଦେଇଛନ୍ତି ଏହି କୁନି କେଜ୍ରିୱାଲ। ଏବେ ଏହି ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି କୁନି ପିଲାଟି ଆମ ଆଦମୀ ପାର୍ଟିର ଜଣେ ସମର୍ଥକଙ୍କ ପୁଅ। ତାଙ୍କ ନାମ ଅଭ୍ୟାନ ତୋମାର। ଅଭ୍ୟାନଙ୍କ ମା’-ବାପା ଦିଲ୍ଲୀର ମୟୁର ବିହାରରେ ରୁହନ୍ତି। ତାଙ୍କ ବାପା ରାହୁଲ ତୋମାର ଅନ୍ନା ହଜାରେଙ୍କ ଆନ୍ଦୋଳନରୁ ହିଁ ଅରବିନ୍ଦ କେଜ୍‌ରିୱାଲଙ୍କ ବଡ ସମର୍ଥକ ଥିଲେ। ୨୦୨୦ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଶପଥ ଗ୍ରହଣ ସମାରୋହରେ ଅଭ୍ୟାନଙ୍କୁ ଡକାଯାଇଥିଲା।

Share