ଛୋଟ ପିଲା ଶିଖିବେନି ବିଦେଶୀ ଭାଷା: ଇରାନ ଲାଗୁ କଲା ପ୍ରତିବନ୍ଧକ…

ତେହେରାନ,୧୭।୧୦ : ଇରାନ ସରକାର ଛୋଟ ପିଲାଙ୍କର ବିଦେଶୀ ଭାଷା ଶିକ୍ଷା ଉପରେ ରୋକ ଲଗାଇଛନ୍ତି। ସରକାର କହିଛନ୍ତି ଏହା ଦ୍ୱାରା ଛୋଟ ପିଲାଙ୍କ ଜାତୀୟତା ବୋଧ ହଜି ଯାଉଛି। ଏହା ଦେଶ ପାଇଁ ଭଲ ନୁହେଁ। ଦେଶରେ ଥିବା କିଣ୍ଡରଗାର୍ଟେନ୍ସ ଏବଂ ବିଭିନ୍ନ ପ୍ରାଇମେରୀ ସ୍କୁଲରେ ଇଂଲିଶ ସହିତ ଆରବିକ ଭାଷା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନରେ ଏହା ତୁରନ୍ତ ଲାଗୁ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଶିକ୍ଷାମନ୍ତ୍ରୀ ମାସୁହ ତେହେରାନି ଫରଜାଦ ଏନେଇ ସୂଚନା ପ୍ରଦାନ କରିଛନ୍ତି।

ପୂର୍ବରୁ ୨୦୧୮ରେ ଇରାନ ଦେଶର ସମସ୍ତ ପ୍ରାଇମେରୀ ସ୍କୁଲରେ ଇଂଲିଶ ଭାଷା ଶିକ୍ଷା ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ। ମାତ୍ର ଏହା ସେକେଣ୍ଡାରୀ ସ୍କୁଲରେ ପଢ଼ା ଯାଉଥିଲା। ପାର୍ସୀ ଇରାନର ସରକାରୀ ଭାଷା। ଇଂଲିଶ ଭାଷାର ଏକଚାଟିଆ ଧାରା ଶେଷ କରିବାକୁ ୨୦୨୨ରେ ଇରାନ ସରକାର ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ଫ୍ରେଞ୍ଚ ଭାଷା ଶିକ୍ଷା ଲାଗି ନିର୍ଦ୍ଦେଶ ଜାରି କରିଥିଲେ।

Share