ଚାଇନାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମା’ବାପା ସେମାନଙ୍କ ପିଲାମାନଙ୍କୁ ଏକ ଜନଗହଳି ବଜାରରେ ପଞ୍ଜୁରୀ ମଧ୍ୟରେ ପୂରାଇ ରଖିଛନ୍ତି। ପିଲାମାନେ କେଉଁଆଡ଼େ ହଜି ନ ଯାଅନ୍ତୁ ବୋଲି ମା’ବାପା ଏପରି କରିଥିବା ଜଣାପଡ଼ିଛି। ବନ୍ଦ ପଞ୍ଜୁରୀରେ ପିଲାମାନେ ଡରରେ କେବଳ ବାହାରକୁ ଚାହିଁ ରହିଛନ୍ତି। ସେମାନେ କିଛି ହେଲେ କହିପାରୁ ନ ଥିବା ଭିଡିଓରେ ଦେଖିବାକୁ ମିଳୁଛି। କିଛି ଲୋକ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି।