Categories: ଜାତୀୟ

ମିଳିଲାନି ଚାକିରି, ଆତ୍ମହତ୍ୟା କଲେ ଦମ୍ପତି

ନୂଆଦିଲ୍ଲୀ, ୭।୭: ଏମ୍‌ବିଏ ଭଳି ପ୍ରଫେଶନାଲ ଡିଗ୍ରୀ କରିବା ପରେ ମଧ୍ୟ ଆଜିକାଲି ଚାକିରି ମିଳୁନାହିଁ । ଫଳରେ ବେରୋଜଗାରୀ ବୃଦ୍ଧି ପାଉଛି ଏବଂ ବେରୋଜଗାର କାରଣରୁ ଅବଷାଦରେ ପଡ଼ି ଜୀବନ ହାରୁଛନ୍ତି ଯୁବପୀଢ଼ି । ଏମିତି ଏକ ଘଟଣା ଘିଟିଛି ଜଣେ ଦମ୍ପତିିଙ୍କ କ୍ଷେତ୍ରରେ । ଏମ୍‌ବିଏ କରିବା ପରେ ମଧ୍ୟ ଚାକିରି ନମିଳିବାରୁ ବିହାରର ରାଜଧାନୀ ପାଟନାର ଜଣେ ଯୁବକ ବନାରସର ଏକ ହୋଟେଲ୍‌ରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଏହି ଯୁବକ ଦୁଇ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ତାଙ୍କ ଶ଼୍ବଶୁର ଘର ଗୋରଖପୁର ଅଞ୍ଚଳରେ । ସ଼୍ବାମୀଙ୍କ ଆତ୍ମହତ୍ୟା ଖବର ଶୁଣି ପତ୍ନୀ ମଧ୍ୟ ବାପଘରେ ଆତ୍ମହତ୍ୟା କରିଛନ୍ତି । ସେ ଛାତରୁ ଡେଇଁପଡ଼ି ଜୀବନ ହାରିଛନ୍ତି । କୁହାଯାଉଛି କି ଏହି ଯୁବକ ଜଣକ କିଛି ଦିନ ଧରି ଶ଼୍ବଶୁର ଘରେ ରହୁଥିଲେ । ତେବେ ପୋଲିସ୍‌ ପତି-ପତ୍ନୀ ଦୁହିଁଙ୍କ ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।

Share