ରୁଷିଆ-ୟୁକ୍ରେନ ଯୁଦ୍ଧ ମୃତକଙ୍କ ପାଇଁ ପିଣ୍ଡଦାନ କଲେ ଯୁବତୀ…

ଗୟା,୭।୧୦ : ସମ୍ପ୍ରତି ପିତୃପକ୍ଷ ଜାରି ରହିଛି। ଏହି ଅବସରରେ ୟୁକ୍ରେନର ଜଣେ ଯୁବତୀ ଗୟାରେ ପିଣ୍ଡଦାନ କରୁଥିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ୟୁକ୍ରେନର ଯୁବତୀ ଉଲିୟା ଜିତୋମାରସ୍କିଙ୍କ ଏନେଇ ପ୍ରଶ୍ନ କରିବାରୁ ସେ କହିଥିଲେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ତାଙ୍କ ପିତାମାତାଙ୍କର ମୃତ୍ୟୁ ଘଟିଛି। ସେ ପିଣ୍ଡ ଦାନ କରିବାକୁ ଆସିଛନ୍ତି ଯାହା ଦ୍ୱାରା ସେ ଏହି ଯୁଦ୍ଧରେ ମୃତ୍ୟୁ ଘଟିଥିବା ୟୁକ୍ରେନ ଏବଂ ରୁଷିଆର ସୈନିକ ତଥା ସାଧାରଣ ଲୋକଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବାର ପ୍ରୟାସ କରୁଛନ୍ତି।

ବିଶ୍ୱ ଶାନ୍ତିରେ ହିନ୍ଦୁ ଧାର୍ମିକ ବିଶ୍ୱାସର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲିୟା କହିଛନ୍ତି। ସେ ଫଲଗୁ ନଦୀ କୂଳରେ ପିଣ୍ଡଦାନ କରିବା ସହିତ ତର୍ପଣ କରିଛନ୍ତି।

ଏହା ପରେ ସେ କହିଛନ୍ତି ଯୁଦ୍ଧ ଶେଷ ଶୀଘ୍ର ଶେଷ ହେଉ ଏବଂ ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ମୁଁ ପ୍ରାର୍ଥନା କରୁଛି। ଶୁଣିଛି ଗୟାରେ ତର୍ପଣ କଲେ ମୃତକଙ୍କ ଆତ୍ମା ଶାନ୍ତି ଲାଭ କରିଥାଏ। ମୁଁ ଦ୍ୱିତୀୟ ଥର ପାଇଁ ଗୟାରେ ପିଣ୍ଡ ଦାନ କରୁଛି । ଯେତେବେଳେ ମୁଁ ପ୍ରଥମ ଥର ଆସିଥିଲି, ଏଠାରେ ମୋତେ ଶାନ୍ତି ଲାଗିଥିଲା । ବର୍ତ୍ତମାନ ଦ୍ୱିତୀୟ ଥର ପାଇଁ ମୁଁ ଯୁଦ୍ଧରେ ନିହତ ହୋଇଥିବା ପିତାମାତା ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ଆତ୍ମାର ଶାନ୍ତି ପାଇଁ ପିଣ୍ଡଦାନ କରୁଛି।

 

Share