ସୋସିଆଲ ମିଡିଆରେ କିଏ କେତେବେଳେ ନାଁ କରିଯିବ ତାହା କହି ହେବ ନାହିଁ। ଏମିତି ବ୍ରିଟେନର ଜଣେ ଯୁବତୀଙ୍କ କ୍ଷେତ୍ରରେ ଘଟିଛି। ଯୁବତୀ ଜଣକ ରାଜମିସ୍ତ୍ରୀ କାମ କରୁଛନ୍ତି। ଆସନ୍ତୁ ଜାଣିବା ତାଙ୍କ ଜୀବନ କାହାଣୀ ବିଷୟରେ…
ବ୍ରିଟେନ ଭବନ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ୨୫ ବର୍ଷୀୟା ଡାର୍ସିଙ୍କ ଭିଡିଓ ଏତେ ମାତ୍ରାରେ ଭାଇରାଲ ହେଲା ଯେ ସେ ରାତାରାତି ପ୍ରସିଦ୍ଧି ଲାଭ କଲେ। ଏବେ ତାଙ୍କର ସୋସିଆଲ ମିଡିଆରେ ୧ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଟିକ୍ଟକ୍ରେ ଇଟା ପକାଉଥିବା ଭିଡିଓ ଖୁବ୍ ଭାଇରାଲ ହେଉଛି। ଯାହା ଲୋକଙ୍କୁ ବେଶ୍ ପସନ୍ଦ ଆସିଛି।
ଡାର୍ସିି କୁହନ୍ତି, ସେ ତାଙ୍କ କାମକୁ ନେଇ ବେଶ୍ ଖୁସି। ଡାର୍ସିୀ ଯେଉଁ କାମ କରୁଛନ୍ତି ତାହା ପୁରୁଷମାନେ କରିଥାନ୍ତି। ମାତ୍ର ସେ ତାକୁ ବେଶ୍ ସହଜରେ କରିପାରୁଛନ୍ତି। ସେ କୁହନ୍ତି, କାମକୁ କାହା ସହ ବଣ୍ଟା ଯାଏନା, ମହିଳାମାନେ ମଧ୍ୟ ସବୁ କାମ କରିପାରିବେ। ଡାର୍ସିଙ୍କ କାମ ଦେଖି ଅନେକ ଯୁବତୀ ତାଙ୍କ ପ୍ରେରଣା ବୋଲି ମନେ କରୁଛନ୍ତି। ଡାର୍ସି କାମକୁ ଗଲେ ଭଲ ଡ୍ରେସ୍ ଆଉ ଜୋତା ପିନ୍ଧି ଯାଇଥାନ୍ତି। ଏହି ଡ୍ରେସରେ ହିଁ ସେ ଆରାମରେ ଇଟା ବାଲି ଯୋଡ଼େଇ କରିଥାନ୍ତି।
ସେ କୁହନ୍ତି, ସବୁ କାମ ଅଲଗା ଅଲଗା। ଯେତେବେଳେ ସେ ହାଇସ୍କୁଲ ଛାଡ଼ିଲେ ଠିକ୍ ଏହାର ୪ ବର୍ଷ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ରହୁଥିଲେ। ସେଠାରେ ତାଙ୍କୁ ଏକ ଓ୍ବେଟର ଚାକିରି ମିଳିଥିଲା। ଯେତେବେଳେ ସେ ବ୍ରିଟେନ ଫେରିଆସିଲେ କ’ଣ କାମ କରିବେ ଜାଣିପାରିଲେ ନାହିଁ। ତେଣୁ ସେ ତାଙ୍କ ପିତାଙ୍କ ସହ ନିର୍ମାଣ ରିଚାର୍ଡସ ବିଲ୍ଡର୍ସରେ ଚାକିରି କଲେ। କିନ୍ତୁ ତାଙ୍କୁ ଇଟା ବାଲି ଗୋଳାଇବାକୁ ଭାରି ପସନ୍ଦ ଆସିଲା। ସେଥିପାଇଁ ସେ ଏହି କାମ କରିବାକୁ ବାଛିନେଲେ। କିନ୍ତୁ ମୁଁ ଜାଣି ନ ଥିଲି ମୋର ଏହି ଭିଡିଓ ଏତେ ମାତ୍ରାରେ ଭାଇରାଲ ହେବ। ଏହି କାମ ପାଇଁ ଆଜି ସେ ଘରେ ଘରେ ପରିଚିତ। ତେଣୁ ତାଙ୍କ କାମକୁ ନେଇ ସେ ବହୁତ ଖୁସିଥିବା କହିଛନ୍ତି।