ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ଯୁବକ

ପାଟଣା,୨୭ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀଙ୍କୁ ମାଡ଼ ମାରିଥିବା ଘଟଣାରେ ପାଟଣା ପୋଲିସ ଫେରାର ଥିବା ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ  କରିଛି। ଗିରଫ ଯୁବକ ଜଣକ ଉଦୟପୁର ଗ୍ରାମର ଦିଲ୍ଲୀପ ନାଏକ (୩୮)।

ସୂଚନା ଯେ, ଦିଲ୍ଲୀପ ଗତ ସେପ୍ଟେମ୍ବର ୧୪ରେ ଜଣେ ରୋଗୀଙ୍କୁ ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିବା ବେଳେ ଫାର୍ମାସିଷ୍ଟ ଓ ହେଲ୍ପ ଡେସ୍କର କର୍ମଚାରୀଙ୍କୁ ମାଡ଼ ମାରିବା ସହ ଟେବୁଲ ଚେୟାର ଭାଙ୍ଗିବା ପାଟଣା ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପାଟଣା ଥାନାରେ ୨୦୧/୨୨ରେ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି। ସେହିଦିନ ଠାରୁ ଦିଲ୍ଲୀପ ଫେରାର ଥିଲେ। କୌଣସି ସୂତ୍ରରୁ ଦିଲ୍ଲୀପ ବଲାଣୀପଶିକୁ ଆସିଥିବା ଖବର ପାଇ ଏଏସ୍‌ଆଇ ପଦ୍ମାବତୀ ବିଶ୍ବାଳ ସଦଳବଳ ବଲାଣୀପଶି ଗାଁରେ ଚଢ଼ାଉ କରି ଦିଲ୍ଲୀପଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Share