ପାରାଦୀପ,୮।୯(ସ୍ବ.ପ୍ର.): ସାରାଦେଶରେ ରେଲଓ୍ବେ ସଫ୍ଟୱେର ହାଇଜାକ କରିଥିବା ଜଣେ ଯୁବକଙ୍କୁ ସୋମବାର ଆରପିଏଫ ଗିରଫ କରିଛି। ସମ୍ପୃକ୍ତ ଯୁବକ ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ରାଜକୁମାର ସାହୁ। ସେ ପଟ୍ଟାମୁଣ୍ଡାଇ ବଜାରରେ ରାଜ କମ୍ୟୁନିକେଶନ ନାମରେ ଏକ ଦୋକାନ କରିଛନ୍ତି। ଏ ସମ୍ପର୍କରେ ଆରପିଏଫ ସି-୩-ସି/୨୯/୨୦୨୦ ମାମଲା ରୁଜୁ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଛି। ତାଙ୍କଠାରୁ ଆଇଆରସିଟିସି ଏଜେଣ୍ଟ ଦସ୍ତାବିଜ, ଗୋଟିଏ ଡଙ୍ଗଲ, ଗୋଟିଏ ଡାଏରୀ, ଦୁଇଟି ମୋବାଇଲ ଓ ରେଲଓ୍ବେ ନାମରେ ବ୍ୟବହାର କରୁଥିବା ୨୫ ନକଲି ଆକାଉଣ୍ଟ ଜବତ କରାଯାଇଛି।