କୋକସରା,୧୮।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଥାନା ମାଝିଗୁଡା ଗ୍ରାମରେ ଚାଳିଥିବା ରେକର୍ଡ ଡ୍ୟାନ୍ସ ଦେଖିବାକୁ ଯାଇଥିବା କୋକସରା ଗ୍ରାମର ମୁରଲୀ ଖମାରି(୨୨)ଙ୍କୁ ସୋମବାର କିଛି ଯୁବକ ମରଣାତ୍ମକ ଆକ୍ରମଣ କରିଛନ୍ତି। ଏ ନେଇ ମୁରଲୀଙ୍କ ପରିବାର ଲୋକେ ଥାନରେ ଏକ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା (ନଂ.୨୧୫/୨୧) ରୁଜୁ କରିଛି। ପୋଲିସ ତଦନ୍ତ ପରେ ଆକ୍ରମଣ କରିଥିବା ମାଝିଗୁଡାର ୩ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚାରାଉଚୁରା କରୁଛି।
ସୂଚନା ଯୋଗ୍ୟ, ରେକର୍ଡ ଡ୍ୟାନ୍ସ ଦେଖିବାକୁ କୋକସରା ବଡ଼ପଡାର ମୁରଲୀ ସାଙ୍ଗମାନଙ୍କ ସହ ଯାଇଥିଲେ। କୌଣସି କାରଣରୁ ମାଝିଗୁଡା ଗ୍ରାମର କିଛି ଯୁବକଙ୍କ ସହ ମୁରଲୀଙ୍କ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଯୁବକମାନେ ମୁରଲୀଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ତାଙ୍କର ପିଠି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ମୁରଲିଙ୍କୁ ସାଙ୍ଗମାନେ ଉଦ୍ଧାର କରି କୋକସରା ହସ୍ପିଟାଲରେ ଭର୍ତ୍ତି କରିଥିଲେ।