ବାଟରେ ବସ୍‌ ନ ରଖିବାରୁ କାଚ ଭାଙ୍ଗିଲେ ଯୁବକ

ଜୁନାଗଡ଼,୨୩ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ତଲମଲା ପଞ୍ଚାୟତକୁ ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌ ସେବା ଉପରେ ଶୁକ୍ରବାର ଜଣେ ଯୁବକ ଆକ୍ରମଣ କରିଛନ୍ତି। ବାଟରେ ବସ୍‌ ନ ରଖିବାରୁ ଯୁବକ ଜଣକ ଉତ୍ତ୍ୟକ୍ତ ହୋଇ କାଠ ଫାଳିଆରେ ବସ୍‌ର ଆଗପଟ ଓ ଝରକା କାଚ ଭାଙ୍ଗିଦେଇଛନ୍ତି।

ଏହି ସମୟରେ ବସ୍‌ରେ ଥିବା ଛାତ୍ରୀଛାତ୍ର ଓ ଯାତ୍ରୀ ଭୟଭୀତ ହୋଇପଡିଥିଲେ। ଏହାର ଭିଡିଓ ଏବେ ଭାଇରାଲ ହୋଇଛି। ଖବର ପାଇ ଜୁନାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ କାବୁ କରିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା କରୁଛି।

Share