Categories: ଖେଳ

ଆଇଫେଲ ଟାଓ୍ବାର ଉପରେ ଚଢିଗଲେ ଯୁବକ, ଆଉ ତା’ପରେ…

ପ୍ୟାରିସ,୧୧ା୮: ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଯାପନୀ ଉତ୍ସବର କିଛି ଘଣ୍ଟା ପୂର୍ବରୁ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଯୁବକ ଫୁଙ୍ଗୁଳା ଦେହରେ ଆଇଫେଲ ଟାଓ୍ବାର ଉପରକୁ ଚଢୁଥିବା ଦେଖିବାକୁ ମିଳିଥିଲା। ଫ୍ରେଞ୍ଚ ପୋଲିସ ତୁରନ୍ତ ଆଇଫେଲ ଟାଓ୍ବାର ଅଞ୍ଚଳକୁ ଖାଲି କରିଦେଇଥିଲେ।

ଆଇଫେଲ ଟାଓ୍ବାରର ଉଚ୍ଚତା ହେଉଛି ୩୩୦ ମିଟର (୧,୦୮୩ ଫୁଟ୍‌)। ସେ ସ୍ମାରକର ଦ୍ୱିତୀୟ ଭାଗରେ ଲଗା ଯାଇଥିବା ରିଙ୍ଗ ଉପରକୁ ଚଢିଯାଇଥିଲେ। ସେ କେଉଁ ବାଟ ଦେଇ ଚଢିଥିଲେ ତାହା ଜଣାପଡ଼ିନାହିଁ। ଫ୍ରେଞ୍ଚ ପୋଲିସ ଲୋକଟିକୁ ଓହ୍ଲାଇବାର ବ୍ୟବସ୍ଥା କରିଥିଲେ। ଅଲିମ୍ପିକ୍ସର ପ୍ରତିଯୋଗିତାଗୁଡ଼ିକ ଶେଷ ହୋଇଯିବା ପରେ ପ୍ୟାରିସରେ ସୁରକ୍ଷାକର୍ମୀମାନଙ୍କ ଧ୍ୟାନ ଉଦ୍‌ଯାପନୀ ଉତ୍ସବ ଉପରକୁ ଚାଲିଯାଇଥିଲା।

ସୂଚନାଯୋଗ୍ୟ, ପୋଲିସ ଅପରାହ୍ନ ଅଞ୍ଚଳକୁ ଖାଲି କରିଥିଲା। କିଛି ପର୍ଯ୍ୟଟକ ଦ୍ୱିତୀୟ ତାଲାରେ ଅଟକି ଯାଇଥିଲେ। ସ୍ଥାନ ଛାଡ଼ିଚାଲିଯିବା ଲାଗି ସେମାନଙ୍କୁ ୩୦ ମିନିଟ ସମୟ ଦିଆଯାଇଥିଲା। ଆଇଫେଲ ଟାଓ୍ବାର ଉପରେ ଚଢିଥିବା ଲୋକଙ୍କୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଆଇଫେଲ ଟାଓ୍ବାର ଉଦ୍‌ଘାଟନୀ ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା। ଉଦ୍‌ଯାପନୀ ଉତ୍ସବ କିନ୍ତୁ ଉତ୍ତରାଞ୍ଚଳ ସହର ଉପକଣ୍ଠ ସେଣ୍ଟ ଡେନିସ ଷ୍ଟେଡ୍‌ ଡି’ ଫ୍ରାନ୍ସରେ ଆୟୋଜିତ ହୋଇଥିଲା।

Share