କାଠଯୋଡ଼ିକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୨୦।୧୦(ବ୍ୟୁରୋ):କାଠଯୋଡ଼ିରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଉଛନ୍ତି ସପନ କୁମାର ବେହେରା । ମଙ୍ଗଳବାର ରାତିରୁ ସେ ନଦୀକୁ ଡେଇଁ ପଡ଼ିଥିଲେ। ବୁଧବାର ସକାଳ ୬ରେ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଛି।
ସୂଚନାନୁସାରେ, ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରେ ସପନ ରହୁଥିଲେ। ତାଙ୍କ ବୟସ ୨୮ ବର୍ଷ। ସେ ଭୁବନେଶ୍ୱରରେ କୋରିୟର ବୟ ଭାବେ କାମ କରୁଥିଲେ। ବିଳମ୍ବିତ ରାତିରେ କାଠଯୋଡ଼ି ପୋଲ ନିକଟରେ ସ୍କୁଟିକୁ ରଖି ସେ ନଦୀକୁ ଡେଇଁଥିବା ସନ୍ଦେହ କରାଯାଇଛି। ନିଖୋଜ ହେବା ନେଇ ଖାରବେଳ ନଗର ପୋଲିସ ଖବର ପାଇବା ପରେ ସ୍କୁଟିର ନଂରୁ ଯାଞ୍ଚ କରି ଯୁବକଙ୍କ ପରିଚୟ ଜାଣିଥିଲେ। ଏହା ପରେ ଓଡ୍ରାଫ ଟିମ୍‌ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ତେବେ ନଦୀକୁ ଡେଇଁବାର କାରଣ ଏ ଯାଏ ସ୍ପଷ୍ଟ ହୋଇନାହିଁ।

Share