Categories: ଫୁରସତ

ନିର୍ବନ୍ଧ ପରେ ବିବାହ ତାରିଖ ସ୍ଥିର ନ ହେବାରୁ ୧୫୦ ଫୁଟ ଉଚ୍ଚ ଟାଓ୍ବାରରୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ରାୟପୁର, ୫।୧୦: ଛତିଶଗଡ଼ ବାଲୋଦ ଜିଲାରୁ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜିଲାର ସୁରେଗ୍ରାମ ପୋଲିସ ଷ୍ଟେସନ ଅନ୍ତର୍ଗତ ରାଣୀତରାଇ ଗ୍ରାମର ଜଣେ ଯୁବକ ବିବାହ ତାରିଖ ସ୍ଥିର ନ ହେବାରୁ ୧୫୦ ଫୁଟ୍‌ ଉଚ୍ଚ ଟାଓ୍ବାରରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଯୁବକଙ୍କ ନାମ ହେଲା ଆଭନ ଶ୍ରୀବାସ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୪ ବର୍ଷୀୟ ଶ୍ରୀବାସଙ୍କ ନିର୍ବନ୍ଧ ସରି ଯାଇଥିଲେ ମଧ୍ୟ ବିବାହ ତାରିଖ ସ୍ଥିର ହୋଇପାରି ନ ଥିଲା। ଯେଉଁଥି ପାଇଁ ସେ ବେଶ୍‌ ଚିନ୍ତିତ ଥିଲେ। ଶେଷରେ ରବିବାର ଆତ୍ମହତ୍ୟା କରିଛନ୍ତି। ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ, ରବିବାର ସକାଳ ୯ଟା ୩୦ରେ ଏହି ଘଟଣା ଘଟିଥିଲା। ଯୁବକଜଣଙ୍କ ୧୫୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏକ ମୋବାଇଲ୍‌ ଟାଓ୍ବାର ଉପରକୁ ଚଢ଼ି ଯାଇଥିଲେ। ଏହାପରେ ସେଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ସମଗ୍ର ଗ୍ରାମ ସ୍ତବ୍ଧ ହୋଇଯାଇଛି।

Share