ଭଞ୍ଜନଗର,୧ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ବେଲଗୁଣ୍ଠା ପେଣ୍ଠ ସାହିରେ ସୋମବାର ଜଣେ ଯୁବକ ଏକ କାତିରେ ବେକ ଓ ଦୁଇ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ହେଲେ ତାରସିଙ୍ଗି ଥାନା ଅଧୀନ ଜଡ଼ାହାଟୁଣୀର ବିଦୁର ଗୌଡ଼। ବେଲଗୁଣ୍ଠା ପୋଲିସ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ବିଦୁରଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ସେ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହର ପ୍ରକୃତ କାରଣ ଜଣାପଡିନାହିଁ। ପୋଲିସ ଏକ କାତି ଜବତ କରି ତଦନ୍ତ ଚଳାଇଛି। ବିଦୁର ଗତ କିଛିଦିନ ହେଲା ଗ୍ରାମରୁ ଆସି ବେଲଗୁଣ୍ଠାର ଏକ ଦୋକାନରେ କାମ କରୁଥିଲେ।