ବିବାହ ପୂର୍ବରୁ ଉଠିଲା କୋକେଇ

ଝାରସୁଗୁଡା ଅଫିସ, ୯।୨: ବାହାଘର ଆଉ ମାସେ ଥିବାବେଳେ ନର୍ବନ୍ଧକୁ ଥିଲା ଆଉ୨ ଦିନ । ପୁଅ ବାହାଘରକୁ ନେଇ ପରିବାର ଲୋକେ ଆୟୋଜନରେ ଲାଗି ପଡିଥିଲୋ ଏଭଳି ସ୍ଥିତିରେ ଜଣେ ଯୁବକଙ୍କ ଦୁର୍ଘଟଣାରେ ବୁଧବାର ମୃତ୍ୟୁ ଘଟିଛି । ଏଭଳି ଏକ ଦୁଃଖତ ଖବର ଆସିଛି ଝାରସୁଗୁଡା ଜିଲା ଲଖନପୁର ବ୍ଲକ୍‌ ବନ୍ଧବାହାଲ ଏମ୍‌ସିଏଲ୍‌ କଲୋନୀରୁ । ମୃତ ଯୁବକ ଜଣଙ୍କ ହେଲେ ଦୀପକ ସା(୩୦)।

ଏ ମାର୍ଚ୍ଚ ୯ରେ ବାହାଘର ରହିଥିବାବେଳେଆସନ୍ତା ୧୧ରେ ନିର୍ବନ୍ଧ ଥିଲା । ଏଭଳି ସ୍ଥିତିରେ ଯୁବକ ଦୀପକ ଓ ତାଙ୍କର ଅନ୍ୟଜଣେ ସାଙ୍ଗଙ୍କ ସହିତ ସେ ବାଇକ୍‌ରେ ବୁଧବାର ଝାରସୁଗୁଡା ଯାଇଥିଲୋ ରାସ୍ତାରରେ ଦୁର୍ଘଟଣା ଘଟିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି ।ଏଭଳି ସ୍ଥିତିରେ ପରିବାର ଲୋକେ ଭାଙ୍ଗିପଡିଥିବାବେଳେ ବନ୍ଧବାହାଲ କଲୋନୀରେ ଶୋକର ଛାୟା ଖେଳିଯାଇଛି ।
ସୂଚନାନୁସାରେ, ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ ଏଚ୍‌ କଂଟାପାଲି ନିକଟରେ ବୁଧବାର ଏକ ବୋଲେରୋ ବାଇକ୍‌କୁ ଧକ୍କା ଦେଇଥିଲା । ଏଥିରେ ବାଇକ୍‌ରେ ଥିବା ୨ ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହାତଙ୍କୁ ସ୍ଥାନୀୟ ଲୋକେ ଚିକିସତ୍ାପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଖବରପାଇ ଡାକ୍ତରଖାନାରେ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରିଛି । ଏ ନେଇ ସଦର ଥାନାରେ ଏକ କେସ୍‌ ରୁଜୁ କରି ପୋଲିସ ତଦନ୍ତ ଚଳାଇଛି ।

Share