ଚିତ୍ରକୋଣ୍ଡା,୧୧ା୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡ଼ାଠାରେ ଥିବା ଏକ କ୍ରଶରରେ କର୍ମଚାରୀ ଭାବରେ ଏମ. ଆଞ୍ଜି (୨୩) ନାମକ ଯୁବକ କାମ କରୁଥିଲେ। ସବୁଦିନ ପରି ସେ ଗୁରୁବାର କ୍ରସରରେ ଥିବା ଏକ ବଡ ପଥର ଉପରକୁ ଚଢି ପଥର ବ୍ଲାଷ୍ଟିଂ ନିମନ୍ତେ କିଛି ହୋଲ୍ କରୁଥିବା ବେଳେ ହଠାତ ଭରସାମ୍ୟ ହରାଇ ତଳେ ପଡି ଯାଇଥିଲେ। ଏମ. ଆଞ୍ଜିଙ୍କୁ ତୁରନ୍ତ ଯୋଡାମ୍ବ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଯୋଡାମ୍ବ ପୋଲିସ ୩ା୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସଞ୍ଜୟ ପଡ଼ାସେଟି କହିଛନ୍ତି। ଘଟଣା ସମ୍ପର୍କରେ ପଚାରିବା ଲାଗି କ୍ରସର ମାଲିକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ସୂଚନାଯୋଗ୍ୟ, ଏମ ଆଞ୍ଜିଙ୍କ ଘର ଆନ୍ଧ୍ରପ୍ରଦେଶ ଅନନ୍ତପୁରମ ଜିଲାର ଗୋରେଣ୍ଟଲା ଥାନା ଅଧୀନ ବୁଡୁଲୋଲାପାଲି ଗ୍ରାମରେ। ସେ ଉକ୍ତ ଗ୍ରାମର ଏମ. ଲକ୍ଷେୟାଙ୍କ ପୁଅ ବୋଲି ଜଣାପଡିଛି।