କଇଁଫୁଲ ତୋଳିବା କାଳ ହେଲା

ଭବାନୀପାଟଣା,୨୬।୧୧(ଉତ୍ତମ କୁମାର ଦାଶ): କଳହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବରଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀକୁ କଇଁ ଫୁଲ ତୋଳିବାକୁ ଯାଇ ପଙ୍କ ଓ କଇଁ ନଡାରେ ଛନ୍ଦି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମୋତିରାମ ମହାନନ୍ଦ (୨୮)। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ଭବାନୀପାଟଣା ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Share