ବିଲେଇ କାମୁଡିବାରୁ ଚାଲିଗଲା ଯୁବକଙ୍କ ଜୀବନ, ପରେ ପୁଅ ଚିନ୍ତାରେ ଜୀବନ ହାରିଦେଲେ ବାପା

କାନପୁର,୧।୧୨: ବିଲେଇ ପାଳିବା ପଡିଲା ମହଙ୍ଗା। ବିଲେଇ କାମୁଡିବାରୁ କାନପୁର ଦେହାତର ଜଣେ ଯୁବକଙ୍କର ଜୀବନ ଚାଲିଯାଇଛି। ଅକବରପୁର ଅଶୋକ ନଗରର ଅଜେମ ଘରେ ଗୋଟିଏ ବିଲେଇ ପାଳିଥିଲେ। ସେ ତାଙ୍କ ପିତାମାତାଙ୍କର ଗୋଟିଏ ବୋଲି ପୁଅ ଥିଲେ। ଗୋଟିଏ ବୋଲି ପୁଅର ମୃତ୍ୟୁର ଖବରରେ ବୁଡି ଯାଇଥିବା ଖବରରେ ଭାଙ୍ଗି ପଡିଥିବା ପରିବାରକୁ ପୁଣି ଏକ ଝଟକା ଲାଗିଥିଲା। ଯେତେବେଳେ ପୁଅର ମୃତ୍ୟୁ ଖବର ଶୁଣି ତାଙ୍କ ବାପା ଆଖି ବୁଜି ଦେଇଥିଲେ। ଘଟଣା ଜାଣିବା ପରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଗୋଟିକ ପରେ ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁରେ ସାରା ବରିବାରରେ ଶୋକର ଲହରୀ ଖେଳିଯାଇଛି।

ସୂଚନା ଅନୁଯାୟୀ, ଆଜମ ପାଳିଥିବା ବିଲେଇକୁ କିଛିଦିନ ପୂର୍ବରୁ ଗୋଟିଏ କୁକୁର କାମୁଡି ଦେଇଥିଲା। ପରେ ବିଲେଇଟି ରେବିଜରେ ସଂକ୍ରମିତ ହୋଇଥିଲା। ବିଲେଇଟି ମଧ୍ୟ ଏହି ରୋଗରେ ଆକ୍ରନ୍ତ ହୋଇ ମୃତ୍ୟୁ ହୋଇଥିଲା। ଯାହାକୁ ପରିବାର ଲୋକେ ଅଣଦେଖା କରିଥିଲେ। ଯେତେବେଳେ ବିଲେଇଟି ଅଜେମଙ୍କୁ କାମୁଡି ଦେଇଥିଲା ସେ ମଧ୍ୟ ଏହି ରୋଗରେ ସଂକ୍ରମିତ ହୋଇ ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁ ଖବରକୁ ବାପା ସହି ପାର ନ ଥିଲେ। ସେ ମଧ୍ୟ ଆଖି ବୁଜି ଦେଇଥିଲେ। ଏବେ ପୁରା ପରିବାରକୁ କାନପୁର ପଠାଯାଇ ରେବିଜର ଯାଞ୍ଚ କରାଯାଉଛି।

Share