ପାଟଣା,୭।୧୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ଗଣ୍ଡବେଡ଼ା ଗ୍ରାମର ଜଣେ ବ୍ୟକ୍ତି ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ରାଜେନ୍ଦ୍ର ମୁଣ୍ଡା। ଗତ ଶନିବାର ସେ କନିଅର ମଞ୍ଜି ଖାଇ ଗୁରୁତର ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ବିଳମ୍ବିତ ରାତିରେ ତାଙ୍କର ମତ୍ୟୁ ହୋଇଥିବା ଜଣାପଡ଼ିଛି।