ଅନ୍ଧ ବିଶ୍ୱାସର କରୁଣ ପରିଣତି: ଗୁଣିଆକୁ ଭରଷା କରି ଚାଲିଗଲା ଜୀବନ

ହାଟଡିହୀ,୨୫l୬(ଶୁଭକାନ୍ତ ନାୟକ): ଅନ୍ଧ ବିଶ୍ୱାସର କରୁଣ ପରିଣତି ପୁଣି ଦେଖିବାକୁ ମିଳିଛି। ଘରେ ଶୋଇଥିବା ଅବସ୍ଥାରେ ଜଣେ ଆଦିବାସୀ ଯୁବକଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ବିଷ ଝାଡିବାକୁ ଗୁଣିଆ ସାଜିଥିଲା ଭରଷା । ପରିବାର ଲୋକ ଗୁଣିଆ ପାଖକୁ ଯାଇଥିଲେ । ପ୍ରାୟ ୪ ଘଣ୍ଟାର କସରତ ପରେ ଶେଷରେ ଯୁବକଙ୍କୁ ମେଡିକାଲ ନେଇଥିଲେ ପରିବାର ଲୋକେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା କେନ୍ଦୁଝର ଜିଲା ନନ୍ଦିପଦା ଥାନା ଜାବିନପୁର ଗାଁରେ ଦେଖିବାକୁ ମିଳିଛି ।

ଗ୍ରାମର ସ୍ବର୍ଗତ ମଥୁରା ମୁଣ୍ଡାଙ୍କ ପୁଅ ମାନସ ମୁଣ୍ଡା(୩୦) ସୋମବାର ରାତିରେ ଘରେ ଶୋଇଥିଲେ। ସେତିକିବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା । ତେବେ ସ୍ଥାନୀୟ ଅଞ୍ଚଳରେ ସଚେତନତା ଅଭାବ ଯୋଗୁ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଜଣେ ଗୁଣିଆ ନିକଟକୁ ନେଇ ଯାଇଥିଲେ। ସେଠାରେ ବିଷ ଝାଡିବାକୁ ଦୀର୍ଘ ୪ ଘଣ୍ଟା ପ୍ରୟାସ ପରେ ଅବସ୍ଥା ଗୁରୁତର ହେବାରୁ ମାନସଙ୍କୁ ଶାଳନିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ଆନନ୍ଦପୁର ମେଡିକାଲ ନେଇ ଯିବାକୁ କହିବା ପରେ ମଙ୍ଗଳବାର ଭୋର ପ୍ରାୟ ୫ ଟାରେ ମାନସଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ଗୁଣିଆ ପାଖରେ ସମୟ ନଷ୍ଟ ନ କରି ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ମାନସଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି ସ୍ଥାନୀୟ କେତେକ ଲୋକେ କହିଛନ୍ତି। ନନ୍ଦିପଦା ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୧୦/୨୦୨୪) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ହେଲା ଦରମା ପାଇନାହାନ୍ତି ଆଉଟ୍‌ସୋର୍ସିଂ କର୍ମଚାରୀ, ପ୍ରତିବାଦରେ କାର୍ଯ୍ୟ ବନ୍ଦ

ବଲାଙ୍ଗୀର,୩ା୭(ସୁନୀଲ ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ୬ ମାସ ହେଲା ଦରମା ପାଇନାହାନ୍ତି। ଫଳରେ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ନାହିଁ ନ ଥିବା...

ନିଜକୁ ଆର୍‌ଏଡବ୍ଲ୍ୟୁ ଏଜେଣ୍ଟର ପରିଚୟ ଦେଇ ଲୁଟୁଥିଲେ ଟଙ୍କା, ଏମିତି ପଡ଼ିଲେ ଧରା

ବାଲେଶ୍ୱର,୩ା୭(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ପୋଲିସ ଦ୍ବାରା ନିଜକୁ ରିସର୍ଚ୍ଚ ଆନାଲିସିସ୍‌ ଓ୍ବାଇନ୍‌ (RAW) ଏଜେଣ୍ଟର ଷ୍ଟେଟ୍‌ ହେଡ୍‌ କହୁଥିବା ଜଣେ ବ୍ୟକ୍ତିଙ୍କୁ ଅଟକ...

ରତ୍ନଭଣ୍ଡାର ଖୋଲାଯିବା ନେଇ ଗଜପତି ମହାରାଜା କହିଲେ ଏହି ବଡ଼ କଥା

ପୁରୀ,୩ା୭: ରତ୍ନଭଣ୍ଡାର ଖୋଲାଯିବା ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ବୁଧବାର ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ଏହି ପ୍ରତିକ୍ରିୟାରେ ମହାରାଜା କହିଛନ୍ତି, ଦୀର୍ଘ ୪୫ ବର୍ଷ...

ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ସେବାୟତ, କହିଲେ…

ସାକ୍ଷୀଗୋପାଳ,୩ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭୁବନେଶ୍ୱର ସରକାରୀ ବାସଭବନରେ ବୁଧବାର ଶ୍ରୀ ସାକ୍ଷୀଗୋପାଳ ମନ୍ଦିର ସେବାୟତମାନେ ସାକ୍ଷାତ କରିଛନ୍ତି।...

ନିଲମ୍ବିତ ହେଲେ ୩ ପୋଲିସ

ନୟାଗଡ଼,୩ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦରଥାନା ଅନ୍ତର୍ଗତ ଗୋଳଗୋଳା ଗାଁରେ ସିରିଜ ଚୋରି ଘଟଣାରେ ଅଭିଯୋଗକାରୀଙ୍କୁ ଅସହଯୋଗ ନେଇ ୩ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। କର୍ତ୍ତବ୍ୟରେ...

କେନାଲରେ ଖସିପଡ଼ିଲା ହାତୀଛୁଆ, ଉଦ୍ଧାର ବେଳେ ଜେସିବିକୁ ଠେଲିଦେଲେ ଦୁଇ ଦନ୍ତା

ମୋରଡ଼ା,୩ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ତଥା ବେତନଟୀ ରେଞ୍ଜ ଅଧୀନ ଦୁର୍ଗାପୁର ପଞ୍ଚାୟତର ଅସନବଣି ଗ୍ରାମ ଦେଇଯାଇଥିବା ସୁବର୍ଣ୍ଣରେଖା ଶାଖା କେନାଲରେ ଏକ...

ଏଥର ରଥଯାତ୍ରାରେ ବଡ଼ ଦାଣ୍ଡରେ ଏସବୁ ଷ୍ଟଲ ମନା

ପୁରୀ,୩।୭: ଚଳିତ ବର୍ଷ ରଥଯାତ୍ରାରେ ବଡ଼ଦାଣ୍ଡରେ ଷ୍ଟଲ ପ୍ରସଙ୍ଗରେ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ହାଇକୋର୍ଟ। ବଡ଼ ଦାଣ୍ଡରେ ବ୍ୟବସାୟ ଉଦ୍ଦେଶ୍ୟରେ କୌଣସି ଷ୍ଟଲ ଲାଗିବ ନାହିଁ...

ଦୁବାଇରେ କଳାହାଣ୍ଡି ଭେଣ୍ଡି, ପୋଟଳର ଚାହିଦା

ଭବାନୀପାଟଣା,୨ା୭ (ଉତ୍ତମ କୁମାର ଦାଶ): କଳାହାଣ୍ଡିର ଆମ୍ବ ପରେ ଭେଣ୍ଡି, ପୋଟଳର ଚାହିଦା ବିଦେଶରେ ରହିଥିବା ଦେଖିବାକୁ ମିଳିଛି। କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ ସାଡିଙ୍ଗତରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri