ଟ୍ରାକ୍ଟର ସହ ବିପଜ୍ଜନକ ଷ୍ଟଣ୍ଟ କରୁଥିଲେ ଯୁବକ: ଘଟିଲା ଏମିତି, ଦେଖନ୍ତୁ ହୃଦୟଥରା ଭିଡିଓ

ଗୁରୁଦାସପୁର,୩୧।୧୦: ଟ୍ରାକ୍ଟର ସହ ବିପଜ୍ଜନକ ଷ୍ଟଣ୍ଟ କରିବା ମହଙ୍ଗା ପଡିଛି। ଏଥିରେ ଜଣେ ୨୯ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ ଘଟିଛି। ପଞ୍ଜାବର ଗୁରୁଦାସପୁର ଜିଲାର ଏକ ଗ୍ରାମୀଣ କ୍ରୀଡା ଇଭେଣ୍ଟରେ ଏହା ଘଟିଛି। ଏହି ଘଟଣାର ଯନ୍ତ୍ରଣାଦାୟକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଷ୍ଟଣ୍ଟ କରିବା ସମୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବାର ଗୋଟିଏ ଦିନ ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବନ୍ତ ସିଂ ମାନ ରାଜ୍ୟରେ ଟ୍ରାକ୍ଟର ଏବଂ ଅନ୍ୟାନ୍ୟ ଚାଷ ଉପକରଣ ସହିତ ଜଡିତ ଷ୍ଟଣ୍ଟ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଘୋଷଣା କରିଛନ୍ତି।
ଫତେହଗଡର ସରଚୁର ଗ୍ରାମରେ ଏକ ମେଳାରେ ଟ୍ରାକ୍ଟର ସହ ସୁଖମାନଦୀପ ସିଂ ଷ୍ଟଣ୍ଟ କରୁଥିଲେ। ଟ୍ରାକ୍ଟର ଇଞ୍ଜିନ ବୁଲୁଥିବାବେଳେ ସେ ତା’ ଉପରକୁ ଚଢିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ସୁଖମାନଦୀପଙ୍କ ଗୋଡ ଗୋଡ କାଦୁଅରେ ଖସିଯିବାରୁ ସେ ତଳେ ପଡ଼ିଯାଇଥିଲେ। ଏହି ସମୟରେ ତାଙ୍କୁ ଟ୍ରାକ୍ଟର ଧକ୍କା ଦେଇଥିଲା। ସେଠାରେ ଉପସ୍ଥିତ କିଛି ଦର୍ଶକ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ଅନଲାଇନରେ ଶେୟାର କରିଥିଲେ।

Share