Categories: ଜାତୀୟ

ଅଶ୍ଳୀଳ ଫଟୋ ପାଇଁ ସୋସିଆଲ ମିଡିଆରେ ମହିଳା ସାଜିଲେ ଯୁବକ

ବେଙ୍ଗାଲୁରୁ,୪।୨: ଅଭିଯୁକ୍ତ ପ୍ରସାଦ ସୋସିଆଲ ମିଡିଆରେ ନିଜକୁ ଜଣେ ମହିଳା ପରିଚୟ ଦେଇ ଅନ୍ୟ ମହିଳାମାନଙ୍କ ଅଶ୍ଳୀଳ ଫଟୋ ସଂଗ୍ରହ କରୁଥିଲେ। ସେ ମୋନିକା ନାମରେ ଏକ ଫେକ୍‌ ଆକାଉଣ୍ଟ ଖୋଲି ଜଣେ ମହିଳାଙ୍କୁ ଚାକିରି ଦେବା ଆଳରେ ଫୁସୁଲାଇ ତାଙ୍କ ବିବସ୍ତ୍ର ଫଟୋ ହାତେଇଥିଲେ। ପୋଲିସ ପାଖକୁ ଗଲେ ତାଙ୍କ ନଗ୍ନ ଫଟୋ ଇଣ୍ଟରନେଟରେ ଭାଇରାଲ କରିବାକୁ ମଧ୍ୟ ଧମକ ଦେଇଥିଲେ। ବ୍ଲାକ୍‌ମେଲିଂରେ ଅତିଷ୍ଠ ହୋଇ ପୀଡ଼ିତା ଗତ ୨୬ ତାରିଖରେ ଥାନାରେ ଉତ୍ପୀଡ଼ନ ଅଭିଯୋଗ କରିଥିଲେ। ବେଙ୍ଗାଲୁରୁ ପୋଲିସ ଶୁକ୍ରବାର ପ୍ରସାଦଙ୍କୁ ଗିରଫ କରିଛି। ତାଙ୍କ ଘର ଆନ୍ଧ୍ରପ୍ରଦେଶରେ। ବେଙ୍ଗାଲୁରୁର ଏକ ଘରୋଇ ସଂସ୍ଥାରେ ସେ କାମ କରୁଥିଲେ।

Share