ହାଟଡ଼ିହୀ,୭l୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ଶଢ଼ା କେନାଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଶଢ଼ା ଗ୍ରାମର ହାଡ଼ିବନ୍ଧୁ ଦାସଙ୍କ ପୁଅ ସୌମ୍ୟରଞ୍ଜନ ଦାସ (୨୬)। ସେ ଗୁରୁବାର ସନ୍ଧ୍ୟା ସମୟରେ କେନାଲକୁ ଶୌଚ ହେବାକୁ ଯାଇ ଘରକୁ ଫେରି ନ ଥିଲେ। ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ କୌଣସି ପତ୍ତା ମିଳି ନ ଥିଲା। ଶୁକ୍ରବାର କେନାଲରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରି ତଦନ୍ତ କରୁଛି। ଯୁବକଙ୍କ ପରିବାରକୁ କ୍ଷତିପୂରଣ ସହ କେନାଲ କାର୍ଯ୍ୟ ସମ୍ପୂର୍ଣ, ଠିକ୍ ଭାବେ କରିବାକୁ ପୂର୍ବତନ ସରପଞ୍ଚ ଜୟନ୍ତୀ ସାମଲ, ବୈଲୋଚନ ନାୟକ, ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ, ସାମାଜିକକର୍ମୀ କାମପାଳ ନାୟକଙ୍କ ସମେତ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।