ମାମୁ ଘରକୁ ଆସି ଜଳ ପ୍ରପାତରେ ବୁଡି ଯୁବକ ମୃତ: ୬ ଘଣ୍ଟା ଖୋଜାଖୋଜି ପରେ ମୃତ ଦେହ ଉଦ୍ଧାର

ବିଷମ କଟକ ୬।୭(ପ୍ରସନ୍ନ କୁମାର ପଣ୍ଡା): ଜଳ ପ୍ରପାତରେ ଅଘଟଣ । ପାଣିରେ ବୁଡି ଜଣେ ଯୁବକ ମୃତ। ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ରାୟଗଡା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ନିୟମଗିରିର ଉପର ଗଦଗଦା ଜଳ ପ୍ରାପାତରେ। ଖବର ପାଇ ଘଟଣା ସ୍ଥଳରେ ବିଷମ କଟକ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ତ୍ୱରନ୍ୱିତ କରି ତମାମା ଉଦ୍ୟମ ସତ୍ୱେ ଯୁବକକୁ ଉଦ୍ଧାର କରିପାରିନଥିବା ବେଳେ ରାୟଗଡା ଓଡ୍ରାଫ ଟିମ୍ର ସହାୟତା ନେଇଥିଲେ।

ଦୀର୍ଘ ଛଅ ଘଣ୍ଟାର ଉଦ୍ୟମ ପରେ ନିଖୋଜ ଯବକଙ୍କୁ ପାଣି ଭିତରୁ ମୃତ ଅବସ୍ଥାରେ ଉଦ୍ଦାର କରାଯାଇଛି। ମୃତ ଯୁବକ ଜଣକ ଗୁଣୁପୁର ଅଞ୍ଚଳର ପୁଲିସ କନେଷ୍ଟେବଲ ସଂଶୟ ମିଶ୍ରଙ୍କ ସାନ ପୁଅ ସରୋଜ କୁମାର ମିଶ୍ର ବୋଲି ଜଣାପଡିଛି। ସରୋଜ ଆଜି ବିଷମ କଟକ ଖାଲ ସାହିର ନିଜ ମାମୁଁ ଘରକୁ ଆସିଥିଲେ। ସେହିଠାରୁ ତିନିଜଣ ସାଙ୍ଗ ସହ ମିଶି କୁର୍ଲୀ ପଂଚାୟତ ନିୟମ ଗିରି ଅଧୀନରେ ଥିବା ବିପତ ଶଙ୍କୁଳ ଜଳ ପ୍ରପାତକୁ ଗାଧେଇବା ପାଇଁ ଯାଇଥିଲେ।

ଉକ୍ତ ଜଳ ପ୍ରପାତରେ ପୂର୍ବରୁ ସ୍ଥାନିୟ ପିଲା ମାନେ ଗାଧୋଉଥିବା ବେଳେ ସରୋଜ ଆମ୍ବ ଗଛ ଚଢିବା ପରେ ଉଚ୍ଚ ସ୍ଥାନରୁ ଉକ୍ତ ଜଳ ପ୍ରପାତ ମଧ୍ୟକୁ ଲମ୍ପ ମାରିଥିଲେ । ହେଲେ ଲମ୍ପ ଦେବା ପରେ ଆଉ ସେ ପାଣି ଉପରକୁ ଆସିନଥିଲେ । କିଛି ସମୟର ଅପେକ୍ଷା ପରେ ଜଳ ପ୍ରପାତ ନିକଟରେ ରହିଥିବା ସ୍ଥାନୀୟ ଲୋକେ ଉଦ୍ଧାର କରିବା ପାଇଁ ଚେଷ୍ଠା କରିଥିଲେ ସୁଦ୍ଦା ଯୁବକ କୁ ଉଦ୍ଧାର କରିପାରିନଥିଲେ ।

ତାଙ୍କ ସହଯୋଗି ମାନେ ଭୟଭିତ ହୋଇ ତୁରନ୍ତ ତାଙ୍କ ମାମୁଁ ଘର ପରିବାରକୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣା ସମ୍ବନ୍ଧରେ ସୂଚନା ପାଇଁ ଅଗ୍ନିଶମ ବାହିନି ଏବଂ ବିଷମ କଟକ ପୁଲିସ ଘଟଣା ସ୍ତଳରେ ପହଁଚି ଉଦ୍ଦାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ପତା ନମିଳିବାରୁ ପରିବାର ଲୋକେ ଆତ୍ମହରା ହୋଇ ବସି ରହିଥିଲେ । ଶେଷରେ ଛଅ ଘଣ୍ଟାର ସଙ୍ଘର୍ଷ ପରେ ଯୁବକର ମୃତ ଦେହ ଜଳ ପ୍ରପାତ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ଯୁବକ ର ମୃତ୍ୟୁରେ ଖବର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

ବିଷମ କଟକ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ବୋଲି ବିଷମ କଟକ ଥାନା ଅଧିକାରୀ ସୂର୍ଯ୍ୟଚନ୍ଦ୍ର ପାଢି ସୂଚନା ଦେଇଛନ୍ତି । ସୂଚନା ଅନୁଯାଏ ଏହି ଜଳ ପ୍ରପାତ ପର୍ଯ୍ୟଟକ ଙ୍କୁ ଆକର୍ଷିତ କରୁଥିବା ବେଳେ ଜଳ ପ୍ରପାତଟି ୩୦ଫୁଟ ରୁ ଉଚ୍ଚ ରହିଛି । ଗ୍ରାଷ୍ମ ପ୍ରବାହ ପ୍ରଖର ରହିଥିବାରୁ ଗ୍ରିଷ୍ମ ଋତୁରେ ଜଳ ପ୍ରପାତ ର ମଜା ଉଠାଇବା ପାଇଁ ବିଭିନ୍ନ ଅଂଚଳର ଲୋକେ ଏହି ଠାକୁ ଆସିଥାନ୍ତି । ଏହି ଜଳ ପ୍ରପାତ ଟି ର ଉଚ୍ଚତା ବହୁତ ହୋଇଥିବା ସତ୍ୱେ ଏହି ଉପରୁ ଜଳ ପ୍ରପାତ ତଳକୁ ଯୁବକ ଏବଂ ନାବାଳକ ମାନେ ଲମ୍ପ ଦେଇ ଗାଧୋଇ ବିପଦକୁ ନିମନ୍ତ୍ରଣ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri