ସାଧାରଣତଃ ଲୋକେ ନୂଆ ଜିନିଷ ବିକୁଥିବା ବା କିଣୁଥିବା ଦେଖିଥିବେ। ମାତ୍ର ଜଣେ ବ୍ୟକ୍ତି ପୁରୁଣା ଏବଂ ମଇଳା ମୋଜା ବିକି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ବିଲି ଜୋ ଗ୍ରେ ନାମକ ଜଣେ ଯୁବକ ପିନ୍ଧିଥିବା ମୋଜାକୁ ଚଢ଼ା ଦାମ୍ରେ ବିକ୍ରି କରନ୍ତି। ସବୁଠୁ କୌତୂହଳର ବିଷୟ ହେଉଛି, ଲୋକେ ମଧ୍ୟ ଏହି ମଇଳା ମୋଜାକୁ ଆଗ୍ରହ ସହକାରେ କିଣୁଛନ୍ତି।
୨୫ ବର୍ଷୀୟ ବିଲି ଜୋଙ୍କର ଏପରି ବ୍ୟବସାୟ ସମ୍ପର୍କରେ ଆଦୌ ଧାରଣା ନ ଥିଲା। ମାତ୍ର ସେ ସୋସିଆଲ ମିଡିଆରେ ଆସିବା ପରେ ଜାଣିବାକୁ ପାଇଲେ ଯେ, ଏଗୁଡ଼ିକୁ ବିକି ବେଶ୍ ଦୁଇ ପଇସା ରୋଜଗାର କରିହେବ। ବର୍ତ୍ତମାନ ସେ ନିଜର ଅନନ୍ୟ ବ୍ୟବସାୟରୁ ପ୍ରତିମାସରେ ସହଜରେ ୧ରୁ ୧.୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।
ବିଲି କୁହନ୍ତି, ମୋଜା ହଳ ସେ ୧୦୦୦ରୁ ୩୦୦୦ ଟଙ୍କାରେ ବିକିଥାନ୍ତି। ଯଦି ସେ ଗୋଟିଏ ସପ୍ତାହରେ ୧୨ଟି ମୋଜା ବିକ୍ରି କରନ୍ତି, ତେବେ ସେ ଅତି କମ୍ରେ ୧୨୦୦୦ ଏବଂ ସର୍ବାଧିକ ୩୦୦୦୦ଟଙ୍କା ଆରାମରେ ରୋଜଗାର କରିପାରିବେ।
ଲଣ୍ଡନର ଚେଲ୍ସରେ ରହୁଥିବା ବିଲି କିଛି ଦିନ ପାଇଁ ଏକ ମୋଜା ପିନ୍ଧନ୍ତି ଏବଂ ପରେ ଏହାକୁ ଏକ ଜିପ୍ ଲକ୍ ବ୍ୟାଗରେ ପ୍ୟାକ କରି ଗ୍ରାହକଙ୍କ ନିକଟକୁ ପଠାନ୍ତି। ବେଳେବେଳେ ସେ କିଛି ବିଶେଷ ଅନୁରୋଧ ମଧ୍ୟ ପାଇଥା’ନ୍ତି, ଯେଉଁଥିପାଇଁ ସେ ଅତିରିକ୍ତ ଚାର୍ଜ ବି କରନ୍ତି।
ପ୍ରାୟ ଏକ ବର୍ଷ ପୂର୍ବେ ବିଲି ଏହି କାମ ଆରମ୍ଭ କରିଥିଲେ। ଏଠାରେ ଲୋକମାନେ ପିନ୍ଧାଯାଇଥିବା ପୋଷାକ, ମୋଜା, ଜିମ୍ ଟପ୍ସ, ବକ୍ସର ଭଳି ଜିନିଷ ଆବଶ୍ୟକ କରନ୍ତି। ତାଙ୍କର ଅଧିକାଂଶ ଗ୍ରାହକ ସମଲିଙ୍ଗୀ ସମ୍ପ୍ରଦାୟର, ଯେଉଁମାନେ ତାଙ୍କ ପେଜ୍କୁ ଭଲ ପାଆନ୍ତି। ବିଲିଙ୍କ ଅନୁଯାୟୀ, ତାଙ୍କ ମୋଜା ସହଜରେ ୨-୩ ହଜାର ଟଙ୍କାରେ ବିକ୍ରି ହୁଏ। ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ, ମୋଜା ଯେତେ ଦୁର୍ଗନ୍ଧଯୁକ୍ତ ଏବଂ ମଇଳା ସେଗୁଡ଼ିକର ମୂଲ୍ୟ ଅଧିକ। ତାଙ୍କ କହିବାନୁସାରେ, ଅଧିକାଂଶ ଲୋକ ନାଇକ୍ର ଧଳା ରଙ୍ଗର ମୋଜା ପିନ୍ଧିବାକୁ ଅର୍ଡର କରିଥାନ୍ତି।