Advertisement

ଭାଲୁ ସହ କଲେ ଲଢେଇ

ବାଉଁଶୁଣୀ/ବୌଦ୍ଧ,୧୫ା୪(ଡି.ଏନ.ଏ./ସ୍ବ.ପ୍ର.): ବୌଦ୍ଧ ବ୍ଲକ ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖଲିଆପାଲି ପଞ୍ଚାୟତର କୁମରକାନି ଗ୍ରାମରେ ଭାଲୁ ସହ ଲଢେଇ କରି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସେ ହେଲେ କୁମରକାନୀ ଗ୍ରାମର ଦେହେରିବୁଢା ମଲ୍ଲିକ ।

ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୧୦ଟା ସମୟରେ କୁମରକାନି ଗ୍ରାମର ଦେହେରି ବୁଢା ଗ୍ରାମ ନିକଟରେ ଥିବା ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ସେତିକିବେଳେ ହଠାତ୍‌ ତାଙ୍କୁ ଏକ ଭାଲୁ ଚାଲିଆସି ତାଙ୍କୁ ଆକ୍ରମଣ କରିଥିଲା। ହେଲେ ସେ ସାହସର ସହ ଭାଲୁ ସହ ଲଢେଇ କରିଥିଲେ। ପରେ ଭାଲୁଟି ଖସି ଯିବା ପରେ ସେ ଗାଁ ମୁଣ୍ଡ ଆଡକୁ ଧାଇଁ ଆସିଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସୋନପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ତାଙ୍କର ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଛି। ଦେହେରି ବୁଢ଼ା ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share