ଏକା ସାଙ୍ଗରେ ୩୫ ଗର୍ଲ ଫ୍ରେଣ୍ଡଙ୍କ ସହିତ ସମ୍ପର୍କ ରଖିଥିଲେ ଯୁବକ, ତାପରେ…

ଟୋକିଓ,୨୫।୪: ଏକାଧିକ ଗର୍ଲ ଫ୍ରେଣ୍ଡ୍‌ଙ୍କ ସହିତ ସମ୍ପର୍କ ରଖିଥିବା ଯୁବକଙ୍କୁ ଶେଷରେ ହଟହଟା ହେବାକୁ ପଡ଼ିଛି। ଏଭଳି ଅଭାବନୀୟ ଘଟଣା ଜାପାନରେ ଘଟିଛି। ଏଠାରେ ଜଣେ ଯୁବକ ଏକା ସାଙ୍ଗରେ ଜଣେ ଦୁଇ ଜଣ ନୁହେଁ ଏକା ସାଙ୍ଗରେ ୩୫ ଗର୍ଲ ଫେଣ୍ଡଙ୍କ ସହିତ ସମ୍ପର୍କ ରଖିଥିଲେ। ତେବେ ଚୋର ଘର ସବୁଦିନ ଅନ୍ଧାର ନ ଥିବା ଭଳି ତାଙ୍କର ଗୋଟିଏ ଭୁଲ ଯୋଗୁ ସବୁ ସତ କଥା ପଦାରେ ପଡ଼ିଥିଲା। ୩୯ ବୟସ୍କ ତାକାଶି ମିୟାଗାଓ୍ବା ଉପହାର ଲୋଭରେ ନୂଆ ନୂଆ ଗର୍ଲ ଫେଣ୍ଡଙ୍କ ସହିତ ସମ୍ପର୍କ ରଖିବା ଆରମ୍ଭ କରିଥିଲେ। ଦିନକୁ ଦିନ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସଂଖ୍ୟା ବଢ଼ିଚାଲିଥିଲା। ସେ ନିଜର ଜନ୍ମଦିନ ତାରିଖ ଭିନ୍ନ ଭିନ୍ନ ଭାବେ ଗର୍ଲଫ୍ରେଣ୍ଡଙ୍କୁ ସୂଚନା ଦେଇଥିଲେ। ତେବେ ଜଣେ ଗର୍ଲ ଫ୍ରେଣ୍ଡଙ୍କୁ ତାକାଶିଙ୍କ ମନୋଭାବ ଉପରେ ସନ୍ଦେହ ଆସିଥିଲା। ସେ ଏନେଇ ପୋଲିସକୁ ଖବର ଦେଇଥିଲେ। ଶେଷରେ ତଦନ୍ତ ପରେ ଘଟଣାର ପର୍ଦ୍ଦାଫାଶ୍‌ ହୋଇଥିଲା। ପୋଲିସ ତାଙ୍କୁ ଗିରଫ କରିଥିଲେ। ଏବେ ସୋସିଆଲ ମିଡ଼ିଆରେ ଲୋକେ ତାଙ୍କୁ ଜାପାନୀ ରୋମିଓ ବୋଲି କହୁଛନ୍ତି।

Share