ଯୁବକଙ୍କୁ ବୋମା ମାଡ଼, କାରଣ ଖୋଜୁଛି ପୋଲିସ

ଆସିକା,୨୯ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅଧୀନ ପଣିବନ୍ଧ ଗ୍ରାମରେ ଶୁକ୍ରବାର ବୋମାମାଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଟୁକୁନା ସ୍ବାଇଁ । ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବାରୁ ଆସିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ପୋଲିସ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ବୋମାମାଡ଼ର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନାହିଁ ।
ପୂର୍ବାହ୍ନରେ ଟୁକୁନା ଗ୍ରାମ ମୁଖ୍ୟ ରାସ୍ତାରେ ଠିଆ ହୋଇଥିବା ବେଳେ ଦୁଇ ଯୁବକ ପଛରୁ ଆସି ତାଙ୍କ ମୁଣ୍ଡକୁ ବୋମାମାଡ଼ କରି ଫେରାର୍‌ ହୋଇଯାଇଥିଲେ। ବୋମାମାଡ଼ ଘଟଣା ପରେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Share