ଶିକୁଳାରେ ଦଣ୍ଡ ବାହାରିଲେ ମୁଣ୍ଡ ଗଡୁଛି, ପୁଣି ଜଣେ ଯୁବକଙ୍କୁ ବୀଭତ୍ସ ହତ୍ୟା

ପୁରୁଷୋତ୍ତମପୁର,୨୯ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଦଣ୍ଡଯାତ୍ରା ବାହାରିଲେ ମୁଣ୍ଡ ଗଡିବାରେ ଲାଗିଛି। ଏଠାରେ ଥିବା ଅପରାଧୀ ଗୋଷ୍ଠୀମାନେ ଯାତ୍ରା ସମୟରେ ଏଭଳି ଆପରାଧିକ କାଣ୍ଡ ଭିଆଇବାରେ ଲାଗିଛନ୍ତି। ଗତ ବର୍ଷ ଏହି ଯାତ୍ରା ସମୟରେ ପୂର୍ବତନ ସରପଞ୍ଚଙ୍କ ଦେଡ଼ଶୁରଙ୍କୁ ହାଣି ହତ୍ୟା କରିଥିବା ବେଳେ ଶୁକ୍ରବାର ରାତିରେ ଟିକିନା ଓରଫ ଦୁଷ୍ମନ୍ତ ମହାପାତ୍ରଙ୍କୁ ପୁଣି ବୀଭତ୍ସ ଭାବେ ହାଣି ହତ୍ୟା କରାଯାଇଛି। ଟିକିନା କୌଣସି କାର୍ଯ୍ୟରେ ନିକଟସ୍ଥ ସମା ଗ୍ରାମକୁ ଯାଇ ଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କର ପିଛା କରି ସେଠାରେ ନିର୍ମମ ଭାବରେ ହାଣି ପକାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇ ସେଠାରୁ ବ୍ରହ୍ମପୁର ବଡ଼ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ମୃତ୍ୟୁ ଘଟିଛି। ଗ୍ରାମରେ ଥିବା ରାଧାକାନ୍ତ ମନ୍ଦିରକୁ ଟିକିନାଙ୍କ ପରିବାର ରକ୍ଷଣାବେକ୍ଷଣ କରୁଥିବାବେଳେ ସେହି ଜାଗାରେ ଗ୍ରାମର ଅସାମାଜିକ ଶ୍ରେଣୀର କିଛି ବ୍ୟକ୍ତି ଜବରଦଖଲ କରି ଗୃହ ନିର୍ମାଣ ଦୀର୍ଘ ଏକ ବର୍ଷତଳେ କରିଥିଲେ। ଏହାକୁ ଟିକିନା ପ୍ରତିବାଦ କରି ପ୍ରଶାସନର ସହାୟତାରେ ଉଚ୍ଛେଦ କରିଥିଲେ। ଏହାକୁ ନେଇ ଦୀର୍ଘଦିନ ହେଲା ଶତ୍ରୁତା ଲାଗି ରହିଥିବା ବେଳେ ଟିକିନାଙ୍କୁ ହତ୍ୟା କରିବା ଲାଗି ସୁଯୋଗ ଖୋଜୁଥିଲେ ବୋଲି ଗ୍ରାମବାସୀଙ୍କଠାରୁ ଜଣା ପଡ଼ିଛି। ଏହି ଘଟଣାର ଖବରପାଇ ପୁରୁଷୋତ୍ତମପୁର ଏସ୍‌ଡିପିଓ ଡ. ଦୀପକ କୁମାର ମିଶ୍ର, ଆଇଆଇସି ରାଜେଶ କୁମାର ମାୟକ ପୋଲିସ ଟିମ୍‌ ନେଇ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ମାଛ ଧରୁଥିବାବେଳେ ଭାସିଗଲେ ୬ ମତ୍ସ୍ୟଜୀବୀ: ୫ ଜଣ ଉଦ୍ଧାର, ଜଣେ ନିଖୋଜ

ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ବନ୍ତନାଶି-ମହାନଦୀ ମୁହାଣ ମାଉଥଠାରେ ମଙ୍ଗଳବାର ଅପରାହ୍ନରେ ୬...

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ ଦୁର୍ବୃତ୍ତ

ବଡ଼ଗାଁ,୧ା୪(ଅଶୋକ ଷଡ଼ଙ୍ଗୀ): ବଡ଼ଗାଁ ଥାନା ଅଞ୍ଚଳରେ ମଙ୍ଗଳବାର ଦୁର୍ବୃତ୍ତମାନେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି। ତୁଡାଲଗା ମଙ୍ଗଳ ମନ୍ଦିରରେ ଚାଲିଥିବା ନବରାତ୍ର...

ଉତ୍କଳ ଦିବସରେ ରକ୍ତଦାନ ଶିବିର

ଦିଗପହଣ୍ଡି,୧।୪ (ଅଶେଷ ନାଥ ମିଶ୍ର): ପବିତ୍ର ଉତ୍କଳ ଦିବସ ଅବସରରେ ମଙ୍ଗଳବାର ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ  ଗଣିଆନାଳ ଛକର ମା’ ପିତାମ୍ୱରୀ ବଣିକ ସଂଘ...

୩୦ OASଙ୍କୁ ମିଳିଲା IAS ପାହ୍ୟା, ଜାଣନ୍ତୁ କିଏ କିଏ ପାଇଲେ ପଦୋନ୍ନତି

ଭୁବନେଶ୍ୱର,୧ା୪: ରାଜ୍ୟ ସରକାରଙ୍କ ୩୦ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କୁ ଏପ୍ରିଲ ପହିଲାରେ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ପାହ୍ୟାକୁ ପଦୋନ୍ନତି ମିଳିଛି। ଏସଂକ୍ରାନ୍ତରେ କେନ୍ଦ୍ର...

୨୫୦୦କୋଟି ଟଙ୍କାରେ Drishti IASକୁ ବିକ୍ରି କରିବେ ବିକାଶ ଦିବ୍ୟକୀର୍ତ୍ତି, ଜାଣନ୍ତୁ କାହାକୁ…

ନୂଆଦିଲ୍ଲୀ,୧।୪: ଭାରତୀୟ ଶିକ୍ଷା ଏବଂ ପ୍ରେରଣା ଜଗତରେ ଏକ ବଡ଼ ନାମ ଅର୍ଜନ କରିଥିବା ବିକାଶ ଦିବ୍ୟକୀର୍ତ୍ତି ଏବେ ତାଙ୍କର ସମ୍ପୂର୍ଣ୍ଣ ବ୍ୟବସାୟକୁ ବିକ୍ରି କରିବାକୁ...

ରାମନବମୀ ପାଇଁ ମୁତୟନ ହେବେ ୨୬ ପ୍ଲାଟୁନ୍‌ ଫୋର୍ସ: ସ୍ଥିତି ସମୀକ୍ଷା କଲେ କ୍ରାଇମବ୍ରାଞ୍ଚ ଡିଜି

ଭଦ୍ରକ,୧।୪(ସନାତନ ରାଉତ): ଭଦ୍ରକରେ ରାମନବମୀ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମଙ୍ଗଳବାର ଅପରାହ୍ନ ୫ଟାରେ ଏସ୍‌ପିଙ୍କ ଅଫିସ୍‌ରେ ସ୍ଥିତି ସମୀକ୍ଷା...

ଭାରତର ଶତ୍ରୁ ଦେଶକୁ ଝଟ୍‌କା ଦେଲା ଚାଇନା, କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୪: ଠିକ ଗୋଟିଏ ଦିନ ପୂର୍ବରୁ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ୟୁନୁସ, ସି ଜିନପିଙ୍ଗଙ୍କ ଗଡ଼କୁ ଯାଇଥିଲେ ଏବଂ ଭାରତକୁ ଜ୍ଞାନ ପ୍ରଦାନ କରୁଥିଲେ।...

ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକଉତ୍ସବ

ଦିଗପହଣ୍ଡି,୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ମଙ୍ଗଳବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image