ପରକୀୟା ପ୍ରୀତିରୁ ହତ୍ୟା

ବାଲିଆପାଳ,୨୩।୯(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଘଣ୍ଟୁଆ ପଞ୍ଚାୟତ ବଡ଼କସବା ଗ୍ରାମର ଏକ ଧାନ ବିଲରୁ ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ତରୁଣ କୁମାର ପାତ୍ର(୩୮)। ପରକୀୟା ପ୍ରୀତିରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ତରୁଣଙ୍କ ସ୍ତ୍ରୀ ଅଞ୍ଜଳିଙ୍କ ଅଭିଯୋଗ ଅନୁଯାୟୀ, ତରୁଣ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ ଜଣେ ବିବାହିତା ମହିଳାଙ୍କ ସହ ସମ୍ପର୍କ ରଖି ଆସୁଥିଲେ। ଏହାକୁ ନେଇ ଗଣ୍ଡଗୋଳ ଲାଗି ରହୁଥିଲା। ତରୁଣ ବୁଧବାର ସନ୍ଧ୍ୟାରେ ଘରୁ ବାହାରକୁ ଯାଇଥିଲେ। ସେ ଆଉ ଫେରି ନ ଥିଲେ। ଖୋଜାଖୋଜି ପରେ ମଧ୍ୟ ତାଙ୍କର କୋଣସି ପତ୍ତା ମିଳି ନ ଥିଲା। ଏନେଇ ଅଞ୍ଜଳି ବାଲିଆପାଳ ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ.୧୬୬/୨୧) ରୁଜୁ କରିଥିଲା। ବାଲିଆପାଳ ଥାନା ଆଇଆଇସି ପର୍ଶୁରାମ ସାହୁ, ଏଏସ୍‌ଆଇ ଫକୀରଚରଣ ପ୍ରଧାନ ତଦନ୍ତ ଆରମ୍ଭ କରିଥିଲେ। ଶେଷରେ ତରୁଣଙ୍କ ମୃତଦେହ ଏକ ଧାନ ବିଲ ମଝିରୁ ଜବତ କରାଯାଇଥିଲା। ଘଟଣାର ଅଧିକ ତଦନ୍ତ ପାଇଁ ବସ୍ତା ଏସ୍‌ଡିପିଓ ଜଳନ୍ଧର ଜାଲି ଏବଂ ବାଲେଶ୍ୱର ସାଇଣ୍ଟିଫିକ ଟିମ୍‌ ପହଞ୍ଚତ୍ ତଦନ୍ତ ଜାରି ରଖିଛି।

Share