Advertisement

ଯୁବକଙ୍କୁ ଛୁରୀ ଭୁସି ହତ୍ୟା, କାରଣ ଖୋଜୁଛି ପୋଲିସ

କେନ୍ଦୁଝର, ୨୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅଧୀନ ପଦ୍ମପୁର ପଞ୍ଚାୟତ ଅଧୀନ ବନାଯୋଡି ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଛୁରୀ ଭୁସି ନୃଶଂସ ଭାବେ ହତ୍ୟା କରାଯାଇଛି। ପୋଲିସ ଶନିବାର ଯୁବକଙ୍କ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତକ ହେଲେ ଯଶୋବନ୍ତ ବଗଲ(୩୬)।

ଯଶୋବନ୍ତ ସବୁଦିନ ପରି ଶୁକ୍ରବାର ପଦ୍ମପୁର ଶଙ୍କର ମେଡ଼ିଶିନ ଷ୍ଟୋରରେ କାମ ସାରି ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଘର ନିକଟରେ କେହି ଦୁର୍ବୃତ୍ତ ତାଙ୍କୁ ଛୁରାମାଡ କରିବାରୁ ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିଲା। ତାଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଯଶୋବନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ତେବେ ଯଶୋବନ୍ତ ସହିତ ମେଡିସିନ ଷ୍ଟୋର ମାଲିକ ଏବଂ ଅନ୍ୟ ଜଣେ ଯୁବକ ମଧ୍ୟ ଥିଲେ। ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତ ଗିରଫ ହୋଇ ନ ଥିବା ବେଳେ ସଦର ପୋଲିସ ହତ୍ୟାକାଣ୍ଡର ରହସ୍ୟ ଜାଣିବା ପାଇଁ ତନାଘନା ଜାରି ରଖିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel