ପୋଲସରା,୧୯।୩: ହୋଲିରେ ରକ୍ତ ରଞ୍ଜିତ ହେଲା ଗାଁ ଦାଣ୍ଡ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ବନ୍ଥପଲ୍ଲୀ ପଞ୍ଚାୟତ ମୁକ୍ତାମାଳଦେଇପୁର ଶାସନ ଗ୍ରାମରେ। ପୂର୍ବ ଶତ୍ରୁତାକୁ ନେଇ ମୁକ୍ତାମାଳଦେଇପୁର ଶାସନ ଗ୍ରାମର ଅମିତ ଆଚାର୍ଯ୍ୟଙ୍କୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ବେକ କାଟି ହତ୍ୟା କରିଛନ୍ତି। ଅମିତଙ୍କୁ ଗୋଡାଇ ଗୋଡାଇ ହତ୍ୟା କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ପୋଲସରା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି।