Categories: ଜାତୀୟ

ଲିଭ୍‌ ଇନ୍‌ ପାର୍ଟନରଙ୍କୁ ହତ୍ୟା କରି ବାଥ୍‌ରୁମ୍‌ କାନ୍ଥରେ ସିମେଣ୍ଟ ଦେଲେ ଯୁବକ

ପାଲଘର, ୭।୨: ମହାରାଷ୍ଟ୍ର ପାଲଘରରେ ଜଣେ ଯୁବକ ତାଙ୍କ ଲିଭ୍‌ ଇନ୍‌ ପାର୍ଟନରଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ହତ୍ୟା କରିଛନ୍ତି। ସ୍ଥାନୀୟ ବୃନ୍ଦାବନ ଦର୍ଶନ କମ୍ପ୍ଲେକ୍ସ୍‌ରେ ଫ୍ଲାଟ୍‌ ନମ୍ବର ୧୦୧ରେ ବାସରୁଥିବା ସୂରଜ ହଲମଲ୍‌କର ନାମକ ଜଣେ ଯୁବକ ତାଙ୍କ ଲିଭ୍‌ ଇନ୍‌ ପାର୍ଟନର ଅମିତା ମୋହିତେଙ୍କ ହତ୍ୟା କରିବା ପରେ ମୃତଦେହକୁ ବାଥ୍‌ରୁମ୍‌ କାନ୍ଥରେ ସିମେଣ୍ଟ ଦେଇଛନ୍ତି। ଫ୍ଲାଟ୍‌ରେ କେବଳ ସୂରଜଙ୍କୁ ଦେଖିବାକୁ ମିଳୁଥିଲା। ଅମିତାଙ୍କର କୌଣସି ଖୋଜ୍‌ ଖବର ନ ଥିଲା। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏନେଇ ସନ୍ଦେହ ହେବାରୁ ସେମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ସୂରଜଙ୍କୁ ପଚରା ଉଚରା ଆରମ୍ଭ କରିଥିଲା। ପରେ ସୂରଜ ସତ କଥା ପ୍ରକାଶ କରିଥିଲେ। ପୋଲିସ ବାଥ୍‌ରୁମ୍‌ କାନ୍ଥ ଭାଙ୍ଗି ଅମିତାଙ୍କ କଙ୍ଗାଳ ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି।

Share