ସୁଶାନ୍ତଙ୍କ ଭଳି ଅବିକଳ ଦେଖାଯାଉଛନ୍ତି ଏହି ଯୁବକ

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏବେ ଚିର ନିଦ୍ରାରେ। ତାଙ୍କ ମୃତ୍ୟୁକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶଂସକ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଅନେକ ସମୟରେ ପ୍ରଶଂସକମାନେ ସୁଶାନ୍ତଙ୍କ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରି ତାଙ୍କୁ ମନେ ପକାଉଥିବା ଦେଖିବାକୁ ମିଳୁଛି। ଇତିମଧ୍ୟରେ ସୁଶାନ୍ତଙ୍କ ଭଳି ଅବିକଳ ଦେଖାଯାଉଥିବା ଯୁବକ ଏବେ ଚର୍ଚ୍ଚାରେ। ତାଙ୍କୁ ଦେଖିଲା ପରେ ପ୍ରଶଂସକଙ୍କ ଆଖି ଧୋକା ଖାଇଯାଉଥିବା ବେଳେ ସୁଶାନ୍ତ ପୁଣି ଫେରି ଆସିଲେ ଭଳି ମନେହେଉଛି। କିନ୍ତୁ ଅଫେରା ରାଇଜକୁ ଚାଲିଯାଇଥିବା ସୁଶାନ୍ତ ଆଉ କ’ଣ ଫେରିପାରିବେ।


ମିଳିଥିବା ସୂଚନା ଅନୁସାରେ ସଚିନ ତିଓ୍ବାରି ନାମକ ଯୁବକ ଜଣକ ଅବିକଳ ସୁଶାନ୍ତଙ୍କ ଭଳି ଦେଖାଯାଉଛନ୍ତି। ତାଙ୍କର କେତେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ସୁଶାନ୍ତଙ୍କୁ କପି କରୁଥିବା ଦେଖିବାକୁ ମିଳିଛି। ସଚିନଙ୍କ ଭିଡିଓକୁ ୟୁଜର୍ସମାନେ ପ୍ରଶଂସା କରିଥିବା ବେଳେ କମେଣ୍ଟ ମଧ୍ୟ କରିଛନ୍ତି। ତାଙ୍କୁ ଦେଖିଲେ କେହି ବି କହିପାରିବେନି ସେ ସୁଶାନ୍ତ ନୁହଁନ୍ତି। କିନ୍ତୁ ସୁଶାନ୍ତଙ୍କ ସ୍ଥାନ କେହି ବି ନେଇପାରିବେ ନାହିଁ ବୋଲି ପ୍ରଶଂସକ କହିଛନ୍ତି। ସେହିପରି ଚଳିତ ଦିନରେ ଇନ୍‌ଷ୍ଟାଗ୍ରାମରେ ସଚିନଙ୍କ ଫୋଲୋର୍ସ ୧୦ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ଜଣାପଡ଼ିଛି।

Share