ସନ୍ତରଣ ଶିଖିବା ବେଳେ ମହାନଦୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

କଟକ ଅଫିସ,୧୧ା୧୨: ସନ୍ତରଣ ଶିଖୁଥିବା ବେଳେ ରବିବାର ମହାନଦୀରେ ବୁଡ଼ି ଜଣେ ଯୁବକଙ୍କ ଜୀବନ ଯାଇଛି।

ମୃତକ ଜଣକ ହେଲେ ସୋହେଲ ଖାନ୍‌। ତାଙ୍କ ଘର କଟକର ପୀରବଜାର ଅଞ୍ଚଳରେ। ସୋହେଲ ଆଜି ସକାଳେ ସନ୍ତରଣ ଶିଖିବା ପାଇଁ ୨୦/୨୫ ଜଣଙ୍କ ସହ ଯୋବ୍ରା ବ୍ୟାରେଜ ନିକଟକୁ ଆସିଥିଲେ। ଜଗତପୁରରେ ଖୋଲିଥିବା ଏକ ସନ୍ତରଣ ତାଲିମ କେନ୍ଦ୍ର ପକ୍ଷରୁ ସେମାନଙ୍କୁ ତାଲିମ ଦିଆଯାଉଥିଲା। ସନ୍ତରଣ ଶିଖୁଥିବା ବେଳେ ସୋହେଲ ପାଣିରେ ବୁଡ଼ି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା। ପରେ ମୃତଦେହ ଉଦ୍ଧାର କରାଯିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଜଗତପୁର ପୋଲିସ ଘଟଣାର ତଦନ୍ତ କରୁଛି।

Share