Categories: ଜାତୀୟ

ଚଳନ୍ତା ଟ୍ରେନ୍‌ର ଟଏଲେଟ୍‌ ସାମ୍ନାରେ ବିବାହିତା ମହିଳାଙ୍କ ମୁଣ୍ଡରେ ସିନ୍ଦୁର ଦେଲେ ଯୁବକ, କାରଣ ଜାଣିଲେ…

ପାଟଣା,୧୧ା୬: ବିହାରର ସୁଲତାନଗଞ୍ଜରୁ ଏମିତି ଏକ ବିବାହ ଖବର ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ ଘଟଣା। ଜଣେ ବିବାହିତା ମହିଳା ଟ୍ରେନ୍‌ର ଟଏଲେଟ୍‌ ସାମ୍ନାରେ ପ୍ରେମିକଙ୍କୁ ବିବାହ କରିଛନ୍ତି। ଏହି ଘଟଣା ଭୀରଖୁର୍ଦର ଉଧାଡିହ ଗାଁର।

ସୂଚନାନୁଯାୟୀ, ୨ ମାସ ପୂର୍ବେ ଏହି ମହିଳା ଜଣକ କିରଣପୁର ଗାଁର ଜଣେ ଯୁବକଙ୍କୁ ବିବାହ କରିଥିଲେ। ଏହା ପରେ ସେ ଶାଶୁଘରୁ ପ୍ରେମିକ ଆଶୁ କୁମାରଙ୍କ ସହ ଫେରାର ହୋଇଯାଇଥିଲେ। ଆଶୁ ଚଳନ୍ତା ଟ୍ରେନ୍‌ର ଟଏଲେଟ୍‌ ସାମ୍ନାରେ ତାଙ୍କୁ ବିବାହ କରିଛନ୍ତି। ବିବାହ ପରେ ଦୁହିଁଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆଶୁ କୁହନ୍ତି, ଗାଁର ଯୁବତୀ ଅନୁ କୁମାରଙ୍କ ସହ ତାଙ୍କର କିଛି ବର୍ଷ ଧରି ପ୍ରେମସମ୍ପର୍କ ଥିଲା। ଏହା ଜାଣି ତାଙ୍କ ପରିବାର ଲୋକେ ଅନୁଙ୍କ ଅଲଗା ଜାଗାରେ ବିବାହ କରିଦେଇଥିଲେ। ମାତ୍ର ଆମେ ଦୁଇଜଣ ସାରା ଜୀବନ ଏକାଠି ରହିବୁ ବୋଲି ଚାହୁଁଥିଲୁ। ବୁଧବାର ତାଙ୍କୁ ଏହି ସୁଯୋଗ ମିଳିଥିଲା। ଅନୁ ଶାଶୁଘର ଛାଡ଼ି ସୁଲତାନଗଞ୍ଜ ଷ୍ଟେଶନରେ ପହଞ୍ଚି ଟ୍ରେନ୍‌ରେ ବାଙ୍ଗାଲୁରୁ ଯିବା ପାଇଁ ଛିଡ଼ା ହୋଇଥିଲେ। ଏହି ସମୟରେ ଆଶୁ ଅନୁଙ୍କ ମୁଣ୍ଡରେ ସିନ୍ଦୁର ଦେଇ ସ୍ତ୍ରୀ ଭାବରେ ଗ୍ରହଣ କରିଥିଲେ।

Share