ଦୁର୍ଘଟଣା ରୋକିବା ପାଇଁ ନିଜର ଲାଲ୍‌ ଅନ୍ତର୍ବସ୍ତ୍ର ଧରି ଟ୍ରେନ୍‌ ଲାଇନ୍‌ରେ ଦୌଡ଼ିଲେ ଯୁବକ

ଲକ୍ଷ୍ନୌ , ୨୯।୮: ଟ୍ରେନ୍‌ ଦୁର୍ଘଟଣା ରୋକିବା ପାଇଁ ଉତ୍ତରପ୍ରଦେଶ ମୋରାଦାବାଦ୍‌ ଜିଲାରେ ଜଣେ ଯୁବକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଯୁବକଙ୍କ ଉପସ୍ଥିତ ବୃଦ୍ଧି ଯୋଗୁ ଏକ ବଡ଼ ଧରଣର ଦୁର୍ଘଟଣା ଦୂର ହୋଇପାରିଛି। କଟଘର ଥାନା ଅଞ୍ଚଳରେ ଥିବା ଗୁଲାବବାଡ଼ି ଅଞ୍ଚଳରେ ଚନ୍ଦ୍ରପାଲ ସୈନୀ ନାମକ ଜଣେ ଯୁବକ ଟ୍ରେନ୍‌ ଲାଇନ୍‌ ପାଖରେ ବୁଲାବୁଲି କରୁଥିଲେ। ହଠାତ୍‌ ତାଙ୍କର ଦୃଷ୍ଟି ଭଙ୍ଗା ରେଳ ଧାରଣା ଉପରେ ପଡ଼ିଥିଲା। କ’ଣ କରିବେ ତାଙ୍କର ବୁଦ୍ଧି ହଜି ଯାଇଥିଲା। ଆଗରୁ ଅମୃତସରରୁ ହାଓ୍ବାଡ଼ା ଯାଉଥିବା ପାର୍ସଲ ଟ୍ରେନ୍‌ ମାଡ଼ି ଆସୁଥିଲା। ଟ୍ରେନ୍‌କୁ ଅଟକାଇବା ପାଇଁ ସେ ନିଜର ଲାଲ୍‌ ଅନ୍ତର୍ବସ୍ତ୍ର ହାତରେ ଧରି ପତାକା ଭଳି ଦେଖାଇ ଥିଲେ। ଏହାକୁ ଦେଖି କୌଣସି ବିପଦ ସୂଚନା ଥିବା ମନେ କରି ଟ୍ରେନ୍‌ର ଲୋକୋ ପାଇଲଟ ବ୍ରେକ୍‌ ଦେଇଥିଲେ। ଏନେଇ ରେଳ ବିଭାଗ ପକ୍ଷରୁ ଚନ୍ଦ୍ରପାଲଙ୍କୁ ପ୍ରଶଂସା କରାଯାଇଛି।

Share