ରେଷ୍ଟୁରାଣ୍ଟରେ ଡିନର ଅର୍ଡର କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଖାଇବା ଅର୍ଡର କଲେ ସତ ବିଲ୍ ଦେଖି କିନ୍ତୁ ହୋସ୍ ଉଡ଼ିଗଲା। ଏହି ବିଲ୍କୁ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଡିନର ଏତେ ମହଙ୍ଗା ଥିଲା ଯେ, ଗୋଟିଏ ରାତିରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଗଲା।
ଲଣ୍ଡନର ସଲ୍ଟ ବେ’ ସ୍ଥିତ ଏକ ରେଷ୍ଟୁରାଣ୍ଟରେ ଜମିଲ ଅମିନ ନାମକ ଜଣେ ଯୁବକ ଡିନର ଅର୍ଡର କରିଥିଲେ। ଏହି ଅର୍ଡର ତାଙ୍କର ୧ ଲକ୍ଷ ୮୨ ହଜାର ଟଙ୍କାରୁ ଅଧିକ ଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ଗୋଟିଏ ଆଇଟମ୍ର ଦାମ୍ ୬୩ ହଜାର ଟଙ୍କା ଥିଲା। ଏଥିରେ ୨୩, ୮୩୧ ଟଙ୍କା ସେବା ଶୁଳ୍କ ବି ଯୋଡ଼ା ଯାଇଥିଲା।
ଜମିଲ ରେଷ୍ଟୁରାଣ୍ଟର ବିଲ୍ ସୋସିଆଲ ମିଡିଆରେ ଶେୟାର କରି କ୍ୟାପଶନ ଲେଖିଛନ୍ତି, ‘ଚାର ରେଡ୍ ବୁଲ୍ କେ ଲିୟେ ୪୪ ବ୍ରିଟିଶ ପାଉଣ୍ଡ…। ଯାହା ଦେଖି ହସ ଲାଗୁଛି। ଯିଏ କି ଗୋଟିଏ ରାତିରେ ମୋ ବ୍ୟାଙ୍କ ବାଲାନ୍ସ ଖର୍ଚ୍ଚ ହୋଇଯାଇଛି। ଏହି ଘଟଣା ଯଦିଓ ପୂରୁଣା, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହି ପୋଷ୍ଟକୁ ୧୦୦୦୦ରୁ ଅଧିକ ଲାଇକ୍ ମିଳିଛି। ୟୁଜରମାନେ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଖାଇବାରେ କ’ଣ ଗୋଲ୍ଡେନ ବର୍ଗର ଦେଇଥିଲେ କି? କ’ଣ ଏହା ଦୁନିଆର ସବୁଠୁ ଭଲ ବର୍ଗର ଥିଲା। ଆଉ ଜଣେ ୟୁଜର ଲେଖିଛନ୍ତି, ଏତେ ମହଙ୍ଗା ଅର୍ଡର। ସବୁ ମିଛ କଥା।