Categories: ଜାତୀୟ

ଭୂପେଶ ବଘେଲାଙ୍କୁ ଗୁଳି କରିବା ଲାଗି ରାଷ୍ଟ୍ରପତିଙ୍କ ଅନୁମତି ଲୋଡ଼ିଲେ ଯୁବକ…

ନୂଆଦିଲ୍ଲୀ, ୨୨।୫ : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କୁ ଗୁଳି କରିବା ପାଇଁ ଜଣେ ଯୁବକ ରାଷ୍ଟ୍ରପତିଙ୍କ ଅନୁମତି ଲୋଡ଼ିଛନ୍ତି। ଏନେଇ ସେ ଫେସବୁକରେ ଏହି ଅନୁମତି ମାଗିଛନ୍ତି। ଏହା ପରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଏହି ମାମଲା ଗୌରେଲା-ପେଣ୍ଡ୍ରା-ମାରୱାହି ଜିଲାରେ ଘଟିଛି। କୁହାଯାଉଛି ଯେ ଅଭିଯୁକ୍ତ ଯୁବକଙ୍କ ନାମ ହେଉଛି ମହର୍ଷି ଗୌତମ। ତାଙ୍କ ବୟସ ୩୬ ବର୍ଷ। ସେ ପେଣ୍ଡ୍ରା ବିକାଶ ବ୍ଲକର ପତଗୱାନ ଗାଁର ବାସିନ୍ଦା । ଗୌତମ ନିଜକୁ ରାଷ୍ଟ୍ରୀୟ ସ୍ବାଭିମାନ ଛତିଶଗଡର ଉପାଧ୍ୟକ୍ଷ ବୋଲି କହିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଗୌତମ ଏକ ଫେସବୁକ ପୋଷ୍ଟ କରିଥିଲେ। ଏହି ପୋଷ୍ଟରେ ସେ ଭୁପେଶ ବଘେଲାଙ୍କ ଉପରେ ଚାରି ଛକ ମଝିରେ ଗୁଳି ଚଳାଇବାକୁ ଅନୁମତି ଲାଗି ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ନିବେଦନ କରିଛନ୍ତି। ତାଙ୍କ ଫେସବୁକ ପୋଷ୍ଟ ପରେ ଉତ୍ତେଜନା ଦେଖାଦେଇଥିଲା।

ଶନିବାର ଦିନ କଂଗ୍ରେସର ଜଣେ ନେତା ଗୌରେଲା ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗୌତମ ଲେଖିଥିବା ଫେସବୁକ ପୋଷ୍ଟରେ ସେ କହିଛନ୍ତି ଯେ ରାଜ୍ୟରେ ଦୁର୍ନୀତି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ବର୍ତ୍ତମାନ, ମନେରଗା କର୍ମଚାରୀ ଧର୍ମଘଟ କରିଛନ୍ତି। ଭୁପେଶ ବଘେଲା ନିଶ୍ଚିତ କରିଥିଲେ ଯେ ଯଦି ରାଜ୍ୟରେ କଂଗ୍ରେସ ସରକାର ଗଠନ ହୁଏ, ତେବେ ଏହି ଶ୍ରମିକମାନେ ନିୟମିତ ହେବେ କିନ୍ତୁ ତାହା ହୋଇପାରି ନାହିଁ।
ଯୁବକମାନଙ୍କୁ ବେରୋଜଗାର ଭତ୍ତା ଦିଆଯାଉ ନାହିଁ ବୋଲି ଯୁବକମାନେ ଅଭିଯୋଗ କରିଥିଲେ।

ଏହା ବ୍ୟତୀତ ହସଦଓ୍ବେ ଜଙ୍ଗଲରେ ଗଛ କଟା ଜାରି ରହିଛି। ରାଜ୍ୟରେ ଗୋଠାନ ତିଆରି କରିବା ନାମରେ କୋଟି କୋଟି ଟଙ୍କା ଆଦାୟ କରିବା ପରେ ଏହି କାମ ପଡ଼ି ରହିଛି। ଏପରି ଜଣେ ମୁଖ୍ୟମନ୍ତ୍ରୀଙ୍କ ଶାସନ ଅଧୀନରେ ରାଜ୍ୟ ତଥା ଦେଶର ରାଜସ୍ବ ତଥା ସମ୍ବିଧାନ ପ୍ରତି ବିପଦ ରହିଛି। ତେଣୁ ଭୁପେଶଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଥିଲେ। ଏହି ମାମଲାରେ ଧାରା ୫୦୫(୨)ଅନୁଯାୟୀ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଅପରାଧ ପଞ୍ଜିକରଣ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

Share