ପୁଣି ରକ୍ତରଞ୍ଜିତ ରାଜଧାନୀ

ଭୁବନେଶ୍ୱର,୧୫ା୧(ବ୍ୟୁରୋ): ପୁଣି ରକ୍ତରଞ୍ଜିତ ହୋଇଛି ରାଜଧାନୀ। ଶନିବାର ସନ୍ଧ୍ୟାରେ ଜନଗହଳିପୂର୍ଣ୍ଣ ପ୍ରେସ ଛକରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି ୩ ଯୁବକ। ମୃତ ଯୁବକ ଜଣକ ହେଲେ ନିରଞ୍ଜନ ପରିଡା(୧୯)।

ସୂଚନାନୁଯାୟୀ, ମୃତ ନିରଞ୍ଜନ ଓ ଗୁରୁତର ଯୁବକଙ୍କ ସହିତ ଆଉ ତିନି ଜଣ ଯୁବକ ଥିଲେ। ସେମାନେ ଏକ ଦୋକାନରେ ଜଳଖିଆ ଖାଉଥିବା ସମୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ତିନି ଜଣ ଯୁବକ ଅନ୍ୟ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲେ। ସେମାନେ ନିରଞ୍ଜନଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରି ଭୁସିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ନିରଞ୍ଜନଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଜଣଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନାହିଁ।

Share