ଖୋର୍ଦ୍ଧା ଅଫିସ,୨୦ା୫: ଧଉଳିମୁହଁ ଷ୍ଟେଶନ ଏବଂ ଅଣ୍ଡା ମଧ୍ୟବର୍ତ୍ତୀ ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଲେ ଧଉଳିମୁହଁର ସୌମ୍ୟରଞ୍ଜନ ପରିଡ଼ା(୩୦)। ଗୁରୁବାର ରାତିରେ ମୋବାଇଲରେ ହାତ କାଟିବାର ଲାଇଭ୍ ଭିଡିଓ କରିଛନ୍ତି ସୌମ୍ୟ। ନିଜ ଭୁଲ୍ ପାଇଁ ଅନୁତପ୍ତ କରିବା, ପରିବାରରେ କିଛି କରିପାରିଲି ନାହିଁ। ମୁଁ ଆଉ ବଞ୍ଚିବାକୁ ଚାହୁଁନି। ମୋ ପାଖରେ ସମୟ କମ୍ ଅଛି। ବାପା ମୁଁ ତୁମକୁ କଷ୍ଟ ଦେବାକୁ ଚାହୁଁନି। ସାନଭାଇ ମୁଁ ତୋ ପାଇଁ କିଛି କରି ପାରିଲି ନାହିଁ ଆଦି ଭିଡିଓରେ ସେ କହିଛନ୍ତି।
ପରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଶୁକ୍ରବାର ଭୋର୍ ସମୟରେ ଏହି ଘଟଣା ଜଣାପଡ଼ିଛି। ଜଟଣୀ ଜିଆରପି ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି। ଏହା ପ୍ରେମଜନିତ ବୋଲି ପୋଲିସ ପ୍ରକାଶ କରିଛି।