ପୋଲିସ ଭୟରେ ପିଇଲେ କୀଟନାଶକ

କଣ୍ଟାପଡା,୨୧।୧୦(ଡି.ଏନ୍‌.ଏ.): ଏକ ଅଭିଯୋଗର ତଦନ୍ତ ପାଇଁ ପୋଲିସ ଥାନାକୁ ଡାକିବାରୁ ଭୟରେ ଜଣେ ଯୁବକ ଗୁରୁବାର କୀଟନାଶକ ପିଇ ଦେଇଛନ୍ତି। ପରେ ତାଙ୍କର ମୃତ୍ୟୁ ଘଟିଛିି। ମୃତକ ହେଲେ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଉରାଢ଼ ଗ୍ରାମର ଦୋଳଗୋବିନ୍ଦ ସେନାପତି(୨୮)।
ଖବର ଅନୁଯାୟୀ, କୌଣସି କାରଣକୁ ନେଇ ଦୋଳଗୋବିନ୍ଦ ଓ ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତି ବୁଧବାର ଦୋଳଗୋବିନ୍ଦଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ଗୋବିନ୍ଦପୁର ଥାନାର ଜଣେ କର୍ମଚାରୀ ତାଙ୍କୁ ଫୋନକରି ଗୁରୁବାର ସକାଳେ ଥାନାରେ ପହଞ୍ଚିବାକୁ କହିଥିଲେ। ସେ ଥାନାକୁ ଯିବା ଭୟରେ ମାନସିକ ଭାରସାମ୍ୟ ହରାଇ ଘରେ ଥିବା ଘାସମରା ଔଷଧ ପିଇ ଦେଇଥିଲେ। ପରିବାର ଲୋକ ଏହା ଜାଣିବା ପରେ ତାଙ୍କୁ ପ୍ରଥମେ ଅଡ଼ଶପୁର ଓ ପରେ କଟକ ଏସ୍‌ସିବି ମେଡିକାଲକୁ ଚିକିତ୍ସାପାଇଁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ମଙ୍ଗଳାବାଗ ପୋଲିସ ସେଠାରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ମଙ୍ଗଳାବାଗ ଥାନାରେ ପରିବାର ପକ୍ଷରୁ ଏକ ଅଭିଯୋଗ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାଣ୍ଡ ମଝିରେ ଯୁବକଙ୍କୁ ଗୁଳି, କାନ୍ଧରେ ବାଜି…

ନବରଙ୍ଗପୁର/ଝରିଗାଁ,୧୬ା୧୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ପଞ୍ଚାୟତ ଅଧୀନ ବାସୁଦେବଗୁଡ଼ା ଗାଁର ଡମନା ଭତରା(୩୦)ଙ୍କୁ ସେହିଗାଁର କପୁର ଭତରା ଦେଶୀ ବନ୍ଧୁକରେ ଗୁଳି...

ଜିଲା ମୁଖ୍ୟ ଚିକିତ୍ସାଳୟରେ ବଢୁଛି ଚୋରି, ରୋଗୀଙ୍କୁ ଲୁଟୁଛନ୍ତି…

କେନ୍ଦୁଝର,୧୬ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟାଳୟ ପରିସରରୁ ରୋଗୀ ତଥା ରୋଗୀ ସମ୍ପର୍କୀୟଙ୍କ ବିଭିନ୍ନ ସାମଗ୍ରୀ ଚୋରି ହେଉଛି। ଫଳରେ ଏହାକୁ ନେଇ ଅସନ୍ତୋଷ...

୪ ବର୍ଷ ପରେ ଆସିଲା ରାୟ: ଦୋଷୀଙ୍କୁ ମିଳିଲା ୧୦ ବର୍ଷ ଜେଲ୍‌ଦଣ୍ଡ

ରାଉରକେଲା,୧୬।୧୧(ସଙ୍ଗୀତା ଜେନା): ୨୦୨୧ ଡିସେମ୍ବର ୨୧ତାରିଖରେ ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ସେକ୍ଟର-୨୧ ସ’ ମିଲ୍‌ ଛକରେ ୨ଜଣ ଯୁବତୀଙ୍କୁ ଅଶାଳୀନ ଭାଷାରେ କମେଣ୍ଟମରାକୁ ବିରୋଧ କରିବାରୁ...

ସ୍କୁଲରୁ ସାଇକେଲ୍‌ରେ ଘରକୁ ଫେରୁଥିଲେ ଛାତ୍ର, ଧକ୍କାଦେଲା ପୋଲିସ ଗାଡ଼ି, ଆଉ ତା’ ପରେ…

କେନ୍ଦୁଝର,୧୬ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜେଲରୋଡ୍‌ ରାସ୍ତାରେ ଶନିବାର ଅପରାହ୍ନରେ ଏକ ପୋଲିସ ଗାଡ଼ି ଧକ୍କାରେ ଜଣେ ଛାତ୍ର ଗୁରୁତର ହୋଇଛନ୍ତି। ତାଙ୍କ ନାମ...

ଫରେଷ୍ଟର ଆତ୍ମହତ୍ୟା ମାମଲା: ବଦଳିଲେ ତଦନ୍ତ ଅଧିକାରୀ, ଥାନା ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୧୬ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ହାଇଟେକ ନର୍ସରୀର ଫରେଷ୍ଟର ସଞ୍ଜୟ ନାୟକ(୩୩)ଙ୍କ ଆତ୍ମହତ୍ୟା ଘଟଣା ଇତିମଧ୍ୟରେ ୨ମାସ...

ପୂର୍ତ୍ତମନ୍ତ୍ରୀଙ୍କ ବଡ଼ ସୂଚନା: ରାସ୍ତା ନିର୍ମାଣରେ ଆସିବ ନୂଆ ନୀତି, ବିନା ଅନୁମତିରେ ରାସ୍ତା ଖୋଳିଲେ…

ଭୁବନେଶ୍ୱର,୧୬ା୧୧: ରାସ୍ତା ନିର୍ମାଣରେ ନୂଆ ନୀତି ଆସିବ। ଏନେଇ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ୫୦...

ରୋଷେଇବେଳେ ଗ୍ୟାସ୍‌ ଲିକ୍‌ ହୋଇ ଜଳିଗଲା ଘର: ମା-ବାପା-ପୁଅ ଗୁରୁତର

ଦିଗପହଣ୍ଡି,୧୬ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମରେ ଶନିବାର ସନ୍ଧ୍ୟାରେ ରୋଷେଇବେଳେ ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହୋଇ...

ବଳାତ୍କାର ପରେ ପଥରରେ ଛେଚି ମାରିଥିଲେ: ଜେଲ ଗଲେ ବଳାତ୍କାରୀ

ପାଇକମାଳ,୧୬।୧୧(ବଡ଼ ଶତପଥୀ): ବରଗଡ ଜିଲା ପାଇକମାଳ ଥାନା ସୋଢା ଗ୍ରାମରେ ୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରଶାନ୍ତ ବରିହା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri