ମହିଳାଙ୍କୁ ପ୍ରେମ ପ୍ରତାରଣା ପଡ଼ିଲା ମହଙ୍ଗା

ବ୍ରହ୍ମପୁର,୨୭ା୫(ସୁବାସ ଚନ୍ଦ୍ର ପାଢ଼ୀ): ଇନଷ୍ଟାଗ୍ରାମ୍‌ରେ ଜଣେ ମହିଳାଙ୍କୁ ପ୍ରେମ କରି ପରେ ପ୍ରତାରିତ କରିଥିବା ଯୁବକଙ୍କୁ ପୋଲିସ ସୋମବାର ଗିରଫ କରିଛି। ସେ ହେଲେ ଗୋସାଣୀନୂଆଗାଁର ଜଗଦୀଶ ପାଣିଗ୍ରାହୀ(୨୭)। ଉଭୟ ପୀଡିତା ଓ ଅଭିଯୁକ୍ତ ଜଗଦୀଶଙ୍କ ଡାକ୍ତରୀମାଇନା କରାଯାଇଛି। ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପ୍ରାୟ ବର୍ଷେ ତଳେ ଇନଷ୍ଟାଗ୍ରାମରେ ଜଗଦୀଶ ଜଣେ ୩୨ ବର୍ଷିୟା ମହିଳାଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ କରିଥିଲେ। ପରେ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କୁ ବିଭିନ୍ନ ସ୍ଥାନରେ ରଖି ଶାରୀରିକ ସମ୍ପର୍କ ରଖିଥିଲେ। ମହିଳା ଜଣଙ୍କ ଜଗଦୀଶଙ୍କୁ ବିବାହ କରିବା ପାଇଁ କହିବାରୁ ସେ ମନା କରିଦେଇଥିଲେ। ମହିଳା ଜିଦ ଧରିବାରୁ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲେ। ପ୍ରତାରଣାର ଶିକାର ମହିଳା ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୧୭୪/୨୪ରେ ମାମଲା ରୁଜୁ କରିଥିଲା।