ସୁନ୍ଦରଗଡ଼,୨୦।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଅଞ୍ଚଳରେ ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଲବ ଖଡିଆ(୨୧)।
ମିଳିଥିବା ସୂଚନା ମୁତବକ, ନାବାଳିକା ଜଣକ ଦୋକାନରୁ ଆଇସକ୍ରିମ କିଣି ଘରକୁ ଫେରୁଥିଲେ। ସେତିକିବେଳେ ନାବାଳିକାଙ୍କୁ ଏକୁଠିଆ ଦେଖି ଲବ ନିକଟସ୍ଥ ଜଙ୍ଗଲକୁ ଟେକିନେଇ ବଳାତ୍କାର କରିଥିଲେ। ନାବାଳିକା ଘରକୁ ଆସି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏନେଇ ପରିବାର ଲୋକେ ହେମଗିର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ବଳାତ୍କାର ମାମଲା ରୁଜୁ କରି ଅଭିଯୁକ୍ତ ଲବଙ୍କୁ ଗିରଫ କରିଥିଲା।