ନାବାଳିକାଙ୍କୁ ବଳାତ୍କାର କରି ବନ୍ଧା ହେଲେ

ପାଟଣା,୨୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ମଙ୍ଗଳବାର ଗିରଫ କରିଛି। ସେ ହେଲେ ନବୀନ ମୁଣ୍ଡା।

ସୂଚନା ମୁତାବକ, ନାବାଳିକା ଜଣକ ଗତ ଡିସେମ୍ବର ୧୬ ତାରିଖ ସାରୁ ନିଖୋଜ ହୋଇଯାଇଥିଲେ। ଏନେଇ ନାବାଳିକାଙ୍କ ବାପା ତୁରୁମୁଙ୍ଗା ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା। ପରବର୍ତ୍ତି ସମୟରେ ପୋଲିସ ଚମ୍ପୁଆ ଥାନା ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ଅପହୃତା ଯୁବକଙ୍କୁ ଧରିବାରେ ସଫଳ ହୋଇଥିଲା। ପୋଲିସ ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଇଛି। ନାବାଳିକାଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ନବୀନଙ୍କୁ ପୋଲିସ ପୋକ୍‌ସୋ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ତୁରୁମୁଙ୍ଗା ପୋଲିସ ଏକ ମାମଲା (ନଂ.୧୫୪/୨୧) ରୁଜୁ କରିଛି।

Share