ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଯୁବକ ଗିରଫ

ଲାଠୋର,୨୨ା୧୦(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି। ଲାଠୋର ଥାନା ପୋଲିସ ଉକ୍ତ ଯୁବକଙ୍କୁ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଛି। ସମ୍ପୃକ୍ତ ଯୁବକ ଜଣକ ହେଲେ ବିଭୂତି ସାହୁ। ଏ ନେଇ ଦଫା ୬୭, ୬୭ (ଏ) ସୂଚନା ପ୍ରଯୁକ୍ତି ଆଇନ, ୨୯୨, ୫୦୦, ୫୦୬, ୫୦୭, ୫୦୯ରେ ଏକ ମାମଲା (ନଂ.୧୧୪/୨୦) ରୁଜୁ ହୋଇଛି। ଏହି ଘଟଣାରେ ଆଉ କେତେଜଣଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଲାଠୋର ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଲାଠୋର ଅଞ୍ଚଳର ବିଭୂତି କିଛିଦିନ ତଳେ ଜଣେ ଯୁବତୀଙ୍କର ଅଶ୍ଳୀଳ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ। ଏଥିସହ ସମ୍ପୃକ୍ତ ଯୁବତୀଙ୍କ ବାପା ଓ ଭାଇଙ୍କୁ ଧମକ ଦେଉଥିଲେ। ଏ ନେଇ ଯୁବତୀ ଜଣକ ଲାଠୋର ଥାନାରେ ଏତଲା ଦେଇଥିଲେ। ଏତଲା ଅନୁଯାୟୀ ପୋଲିସ ୬ ଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ସେମାନଙ୍କ ମଧ୍ୟରୁ ବିଭୂତି ସାହୁଙ୍କ ସମ୍ପୃକ୍ତି ସ୍ପଷ୍ଟ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।