ଯୁବକଙ୍କୁ ମାଡ଼ମାରି ଗାଡ଼ି, ମୋବାଇଲ ଛଡ଼ାଇ ନେଲେ

ଯୋଡ଼ା,୨ା୨(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରି ଥାନା ଅଧୀନ ଉଁଚବାଲି ଗ୍ରାମର ଜଣେ ଯୁବକଙ୍କୁ କିଛି ଲୋକ ମାଡ଼ ମାରିବା ସହିତ ତାଙ୍କ ଠାରୁ ମୋବାଇଲ ଫୋନ ଓ ଗାଡ଼ି ଲୁଟି ନେଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ,ମଙ୍ଗଳବାର ରାତି ପ୍ରାୟ ୧୦ଟା ବେଳେ ଉଁଚବାଲି ଗ୍ରାମର ପ୍ରଫୁଲ୍ଲ କୁମାର ବାରିକ ତାଙ୍କ ଚାରି ଚକିଆ ଗାଡ଼ି ଯୋଗେ ଯାଉଥିଲେ। ଏହି ସମୟରେ ଉତ୍ତମ କୁମାର ମହାନ୍ତ ଓ ପ୍ରଶାନ୍ତ କୁମାର ବାରିକଙ୍କ ସମେତ ୨୦ରୁ ୩୦ଜଣ ବ୍ୟକ୍ତି ତାଙ୍କୁ ଅଟକାଇଥିଲେ। ସେମାନେ ନିସ୍ତୁକ ମାଡ଼ ମାରି ତାଙ୍କ ମୋବାଇଲ ଓ ଗାଡ଼ି ଛଡାଇ ନେଇଥିବା ପ୍ରଫୁଲ୍ଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା (ନଂ.୨୨/୨୨)ରୁଜୁ କରି ତଦନ୍ତ ଜାରି ରଖିଥିବା ଆଇଆଇସି ମନୋରଞ୍ଜନ ବିଶି ସୂଚନା ଦେଇଛନ୍ତି । ତେବେ ଏହି ଘଟଣାର କାରଣ ଜଣାପଡ଼ି ନ ଥିଲେ ହେଁ ଏହା ନିର୍ବାଚନୀ ହିଂସାକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ଉତ୍ସବମୁଖର: ବର୍ଷାକୁ ଖାତିର ନ କରି ପ୍ରଭୁ ଯୀଶୁଙ୍କ ପାଇଁ କଲେ ପ୍ରାର୍ଥନା

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଆଜି ସାରା ବିଶ୍ୱ ପାଳନ କରୁଛି ବଡ଼ଦିନ। ପ୍ରଭୁ ଯୀଶୁଖ୍ରୀଷ୍ଟ କରିଛନ୍ତି ଧରାବତରଣ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ...

ଭିଡିଓ କଲ୍‌ କରି ଡାକ୍ତରଖାନା ଫ୍ୟାନ୍‌ରେ ଝୁଲିପଡ଼ିଲେ କର୍ମଚାରୀ, ଖିଅ ଖୋଜୁଛି ପୋଲିସ

ଦେବଗଡ଼,୨୫ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ କଣ୍ଟାପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଜଣେ ଯୁବକ ସ୍ବାସ୍ଥ୍ୟକେନ୍ଦ୍ରର ଏକ କଠୋରି ଭିତରେ ଲାଗିଥିବା ପଙ୍ଖାରେ...

ପରଲୋକରେ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀ

ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ ଶତପଥୀଙ୍କ ବୁଧବାର ସକାଳ ୮ଟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ...

ଗଛରେ ପିଟିହେଲା ପିକ୍‌ଅପ୍‌: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲପର ଗୁରୁତର

ପାଟଣା,୨୫ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର କେନ୍ଦେଇପଶି ରାସ୍ତାର ଡେଣୁଆଁ ନିକଟରେ ଏକ ପିକଅପ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା...

ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି

ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): ରାଜ୍ୟ ସଭାରେ ବାବା ସାହେବ ଡ଼. ଆମ୍ବେଡ଼କରଙ୍କ ପ୍ରତି କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦୃଢ଼...

ଦାଉ ସାଧୁଛି ଅଦିନିଆ ବର୍ଷା: ଖୋଲା ଆକାଶ ତଳେ ଭିଜୁଛି ଧାନ

ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ଗତ ୨ଦିନ ହେଲା କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା...

ଚାଲିଛି ବାଘ-ଛେଳି ଖେଳ

ବାରିପଦା,୨୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ପଶ୍ଚିମବଙ୍ଗର ପୁରୁଲିଆ ଜିଲା ରାଇକିଆ ପାହାଡ଼ ସଂଲଗ୍ନ କ୍ୱିଲାପାଳ ଜଙ୍ଗଲରେ ବୁଲୁଥିବା ମହାବଳ ବାଘୁଣୀ ଜିନ୍ନତକୁ ଧରିବା ପାଇଁ ବନ ବିଭାଗ...

ମାର୍ଚ୍ଚ ସୁଦ୍ଧା ସବୁ ଥାନାରେ ସିସିଟିଭି କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

କଟକ,୨୫ା୧୨ (କାର୍ତ୍ତିକ ସାହୁ): ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ସିସିଟିଭି ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଇବାକୁ ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri