ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସ ହାତରେ ହତ୍ୟାକାଣ୍ଡର ଭିଡିଓ

ଭଦ୍ରକ ଅଫିସ,୨ା୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ବଗମରା ଆଦିବାସୀ ସାହିରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ କଟିଆ ମୁର୍ମୁ। କଟିଆଙ୍କୁ ଗୁରୁବାର ସନ୍ଧ୍ୟାରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ଶୁକ୍ରବାର ସକାଳୁ ତାଙ୍କ ମୃତଦେହ ଏକ ବୁଦା ମୂଳେ ପଡ଼ିଥିବା ଦେଖିବାକୁ ମିଳିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଏପରିକି ବାଡ଼ିରେ ପିଟି ପିଟି ତାଙ୍କୁ ହତ୍ୟା କରାଯାଇଥିବା ଏକ ଭିଡିଓ ଭାଇରାଲ ହେଉଥିବାରୁ ପରିବାର ଲୋକ ଥାନାରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଏନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକୃତରେ କେଉଁ କାରଣରୁ ଏଭଳି ଘଟଣା ଘଟିଛି, ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଯେଉଁଥିରେ ଗାଁର ଜଣେ ଯୁବକ ଏକ ବାଡ଼ି ମୃତକଙ୍କୁ ମାଡ଼ ମାରିବା ସହ ଗାଳି ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି।